ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍‌ ଦେଇ ଗିରଫ ହେଲେ ଆସାମ ବ୍ୟକ୍ତି

Advertisment
ଘର ମାଲିକଙ୍କୁ ଦାଦାବଟି ମାଗି ୩ ଗିରଫ

ଗୌହ୍ବାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ଆପତ୍ତିଜନକ ପୋଷ୍ଟ୍‌ ଦେଇ ଆସାମର ଜଣେ ବ୍ୟକ୍ତି ପୁଲିସ୍‌ ହାତରେ ଗିରଫ ହୋଇଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ହେଉଛନ୍ତି ମୁନ୍ନା ବାର୍‌ଭୁୟା। ତାଙ୍କ ଘର ସିଲ୍‌ଚାର ସହରର ମେହେରପୁର ଠାରେ। ସୋସିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ୍‌ କରିଥିବା କାରଣରୁ ବ୍ୟକ୍ତି ଜଣକୁ ଗିରଫ କରାଯାଇଥିବା ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ମୁନ୍ନାଙ୍କୁ ପୁଲିସ୍‌ ତାଙ୍କ ବାସଭବନରୁ ଗିରଫ କରିଛି।

ବ୍ୟକ୍ତି ଜଣକ ମୋଦୀଙ୍କ ବିରୋଧରେ ପୋଷ୍ଟ୍‌ କରିବା ପରେ ବିଭିନ୍ନ ବ୍ୟବହାରକାରୀ ଓ ସଂସ୍ଥା ପକ୍ଷରୁ ପୋଷ୍ଟ୍‌ ଉପରେ ଗୁଡ଼ାଏ କମେଣ୍ଟ୍‌ ଆସିଥିଲା। ପୋଷ୍ଟ୍‌ଟି କଚାର୍‌ର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ମାନବେନ୍ଦ୍ର ଦେବରୟଙ୍କ ଗୋଚରକୁ ଆସିବା ପରେ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଓ ପୁଲିସ୍‌ ଆସି ତାଙ୍କୁ ତାଙ୍କ ଘରୁ ଧରି ନେଇଥିଲା।

ଉଲ୍ଲେଖ୍‌ଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ୍‌ ପୂରା ବିଶ୍ବକୁ କବଳିତ କରିଥିବା ବେଳେ ଭାରତ ମଧ୍ୟ ତାହା କବଳରୁ ମୁକ୍ତି ପାଇପାରିନାହିଁ। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉାଉନ୍‌ ଘୋଷଣା କରିଥିବା ବେଳେ ଏହାକୁ ଅନେକ ଲୋକ ବିରୋଧ ମଧ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe