ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବକ ଗିରଫ

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଯୁବକ ଗିରଫ

ରାଉରକେଲା: ସେକ୍ଟର-୭ ଥାନା ଅଞ୍ଚଳରେ ବିବାହର ପ୍ରତଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଛି ଜଣେ ଯୁବକ। ସଂପୃକ୍ତ ଯୁବକ ଜଣକ ଦୁଷ୍କର୍ମ ପରେ ବିବାହ କରିବାକୁ ହେଲେ ଅଧିକ ଯୌତୁକ ଦେବାକୁ ପଡ଼ିବ ବୋଲି ଦାବି କରିଛି। ଅଧିକ ଯୌତୁକ ନମିଳିଲେ ଦୁଷ୍କର୍ମ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଯୁବତୀଙ୍କୁ ଧମକ ଦେବା ଅଭିଯୋଗରେ ସଂପୃକ୍ତ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତର ନାମ ରାଜୀବ ମହାପାତ୍ର।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାଉରକେଲା ସେକ୍ଟର-୮ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିଶ୍ରା ଥାନା ଅନ୍ତର୍ଗତ ଜରେଇକେଲା ନିବାସୀ ରାଜୀବ ମହାପାତ୍ରଙ୍କ ପ୍ରସ୍ତାବିତ ବିବାହ ହେବାର ଥିଲା। ଝିଅ ଘର ତରଫରୁ ବିବାହ ପ୍ରସ୍ତାବ ଆସିବା ପରେ ରାଜୀବ ଓ ଝିଅଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ହେଉଥିଲା। ରାଜୀବ ବେଳେ ବେଳେ ଝିଅର ଘରକୁ ଯିବା ଆସିବା କରୁଥିଲା।

publive-image borderline24.com

ତେବେ ୨୦୧୯ ଏପ୍ରିଲ ୨୪ରେ ଝିଅକୁ ରାଜୀବ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସେ ବ୍ଲାକମେଲିଂ କରିଥିଲା। ବିବାହ କରିବା ପାଇଁ ଅଧିକ ଯୌତୁକ ମାଗିଥିଲା ଓ ଏହା ନ ମିଳିଲେ ଦୁଷ୍କର୍ମ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଉଥିଲା। ଏ ନେଇ ଥାନାରେ ଏଲତା ହେବା ପରେ ପୁଲିସ ମାମଲା ରୁଜୁ କରି ରାଜୀବ ମହାପାତ୍ରକୁ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe