Image Source: India Today
ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଭୁଆଶୁଣୀ ଫଚାୟତ ପୁରୁଷୋତ୍ତମପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ଘଟଣାରୁ ଜଣାପଡ଼ିଛି ଯେ, କୁଳିଅଣା ଥାନା ଝିଲିଦାମ ଗ୍ରାମର ପାରାନ ଟୁଡୁଙ୍କ ଝିଅ କାପୁରମୁଲି ମୁର୍ମୁ (୨୫) ଭୂଆଶୁଣୀ ଫଚାୟତ ପୁରୁଷୋତ୍ତମପୁର ଗ୍ରାମର ଲାଲମୋହନ ମୁର୍ମୁ (୩୩)କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ପୁତ୍ର ସନ୍ତାନ ଥିଲେ ସୁଦ୍ଧା ସବୁଦିନ ପ୍ରାୟ ପାରିବାରିକ କଳହ ଲାଗି ରହୁଥିଲା।
କାପୁରମୁଲି ମୁର୍ମୁଙ୍କ ପିତା ପାରାନ ଟୁଡୁ ଭୂଆଶୁଣୀ ଆସିଥିବା ବେଳେ ଖବର ପାଇଲେ ଯେ, ଝିଅ ମରିଯାଇଛି। ଏହା ପରେ ସେ ଥାନାରେ ଝିଅକୁ ମାରି ଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ଝିଅର ମୃତଦେହକୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପଠାଇ ଥିବା ବେଳେ ସ୍ୱାମୀ ଲାଲମୋହନକୁ ଗିରଫ କରିଛି। ତେବେ ହତ୍ୟା ଘଟଣାକୁ ଲାଲମୋହନ ଅସ୍ୱୀକାର କରିଛି। ଝିଅ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି ବୋଲି ସେ କହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Follow Us