ଛୁଆ ଖେଳରୁ ଅଭାବନୀୟ କାଣ୍ଡ: ସଂପର୍କୀୟ ଭାଉଜଙ୍କ ଗଳା କାଟି ଦିଅର ଗିରଫ

Advertisment
ପୁଅ ମାଡ଼ରେ ବାପ ମୃତ; ଅଭିଯୁକ୍ତ ପୁଅ ଗିରଫ

Time

ପାଟଣା: ଛୁଆ ଖେଳରୁ ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ଭାଉଜଙ୍କର ଗଳା କାଟି ଦିଅର ଗିରଫ ହୋଇଛି। କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅନ୍ତର୍ଗତ ଗାଈଫୁଲ ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ କୃଷ୍ଟ ନାଏକ (୨୯) ଓ ତା’ର ସଂପର୍କିୟ ଭାଉଜ ରତ୍ନମଣୀ ନାଏକ (୩୨)ଙ୍କ ପିଲାମାନେ ଶନିବାର ସନ୍ଧ୍ୟାରେ ଖେଳୁଥିଲେ। ଖେଳୁଥିବା ସମୟରେ ପିଲାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ କୃଷ୍ଣ ଉତ୍ତେଜିତ ହୋଇଥିଲେ ଏବଂ ସେ ରତ୍ନମଣି ନାଏକଙ୍କୁ ଆକ୍ରମଣ କରିଥିଲେ। ସେ ଏକ ବ୍ଲେଡରେ ରତ୍ନମଣୀଙ୍କର ଗଳାକୁ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରତ୍ନମଣୀଙ୍କୁ ପରିବାର ଲୋକେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ରତ୍ନମଣୀଙ୍କ ଅବସ୍ଥା ଭଲ ରହିଛି।

ଥାନରେ ଅଭିଯୋଗ ହେବା ପରେ ପୁଲିସ କୃଷ୍ଣ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe