ପତ୍ନୀ ବିଷୟରେ ଅଶ୍ଳୀଳ କଥା କହୁଥିଲା, ମନା କରିବାରୁ ସାଙ୍ଗର ଗୁପ୍ତାଙ୍ଗ କାଟିଲା ଯୁବକ

Advertisment
ପତ୍ନୀ ବିଷୟରେ ଅଶ୍ଳୀଳ କଥା କହୁଥିଲା, ମନା କରିବାରୁ ସାଙ୍ଗର ଗୁପ୍ତାଙ୍ଗ କାଟିଲା ଯୁବକ

ସାଙ୍କେତିକ ଫଟୋ

ପୁନେ: ଜଣେ ଯୁବକ ମଦ ନିଶାରେ ଆସି ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସାଙ୍ଗ ଏକାଠି ବସି ମଦ ପିଉଥିଲେ। ଏହି ସମୟରେ ଗୋଟିଏ ସାଙ୍ଗ ଆଉ ଗୋଟିଏ ସାଙ୍ଗର ପତ୍ନୀ ବିଷୟରେ ଅଶ୍ଳୀଳ କଥା କରିଥିଲା। ତେବେ ଏପରି କାହିଁକି କହୁଛୁ ବୋଲି କହିବା ସହିତ ସାଙ୍ଗକୁ ଗାଳି ଦେଇଥିଲା। ତେବେ କାହିଁକି ଗଳି ଦେଲା ବୋଲି ରାଗରେ ଯୁବକ ସାଙ୍ଗର ଗୁପ୍ତାଙ୍ଗ କାଟି ଦେଇଥିଲା। ଏହି ଘଟଣା ଗତ ବୁଧବାର ରାତି ପାଖାପାଖି ୧୦ଟାରେ ଘଟିଥିବା ନେଇ ପୁଲିସ ସୂଚନା ଦେଇଛି।

ତେବେ ଏହି ଘଟଣାରେ ଦେବଙ୍ଗ ଚନ୍ଦ୍ରକାନ୍ତ ଦେସାଇ(୫୧) ଗମ୍ଭୀର ଆହତ ହୋଇଥିଲେ। ସାଙ୍ଗ ସହିତ ମାରପିଟ ଓ ଗୁପ୍ତାଙ୍କ କାଟିବା ମାମଲାରେ ସୁନିଲ ରଘୁନାଥ କଟକେକୁ ଲୋଣି କାଲଭୋର ପୁଲିସ ଗିରଫ କରି ନେଇଛି।

publive-image

ସାଙ୍କେତିକ ଫଟୋ

ପୁଲିସ ସୂତରୁ ପ୍ରକାଶ, ଦେବଙ୍ଗ ଦେସାଇ ଓ ସୁନିଲ କଟକେ ଦୁଇଜଣ ଭଲ ସାଙ୍ଗ ଥିଲେ। ଦେବଙ୍ଗ ଦେସାଇ ନାୟାଗାମ ସୀମାର ମାର୍ଗବସ୍ତି ପରିସରରେ ଥିବା ଫ୍ରେସ ପୋଲ୍ଟିରେ ମେନଜର ଭାବେ କାମ କରୁଥିଲେ। ଦେସାଇଙ୍କ ପତ୍ନୀ ଗାଁକୁ ଯାଇଥିଲେ। ବୁଧବାର ରାତିରେ ଦୁଇସାଙ୍ଗ ପୋଲ୍ଟି ଫାର୍ମର ଏକ କୋଠରିରେ ବସି ମଦ ପିଇଥିଲେ। ଦୁହିଁଙ୍କ ମଧ୍ୟରେ ହସ ମଜାକ୍‌ ଚାଲିଥିଲା। ପତ୍ନୀ ତାର ବାପ ଘରକୁ ଯିବାପରେ ଦେବଙ୍ଗ ଘରେ ଏକା ରହୁଥିଲା। ଏହି କଥାକୁ ନେଇ ସୁନିଲ କଟକେ ମଜାକ କରିବା ଆରମ୍ଭ କରିଦେଲା। ଯାହାକି ଦେବଙ୍ଗ ସହି ପାରି ନଥିଲେ। ତେଣୁ ସୁନିଲଙ୍କୁ ଦେବଙ୍ଗ ଏପରି ନକହିବାକୁ କହି ଗାଳି ଦେଇଥିଲେ। କାହିଁକି ଦେବଙ୍ଗ ଗାଳି ଦେଲା ବୋଲି ରାଗି ଯାଇ ସୁନିଲ ସାଙ୍ଗର ଗୁପ୍ତାଙ୍କୁ ଉପରେ ଆକ୍ରମଣ କରି ତାଙ୍କ ଅବସ୍ଥା ଗୁରୁତର କରି ଘଟଣାସ୍ଥଳରୁ ଚାଲି ଯାଇଥିଲା।

publive-image

କୌଣସି ପ୍ରକାରେ ଦେବଙ୍ଗ ଏହି ଘଟଣା ସମ୍ପର୍କରେ ତାର ଅନ୍ୟ ସାଙ୍ଗମାନଙ୍କୁ ଜଣାଇଥିଲା। ଦେବଙ୍ଗର ଜଣେ ସାଙ୍ଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାଙ୍ଗକୁ ଗୁରୁତର ଅବସ୍ଥାରେ ଲୋଣୋ କାଲଭୋର ସ୍ଥିତ ବିଶ୍ୱରାଜ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଏଥିସହିତ ଏହି ଘଟଣା ସମ୍ପର୍କରେ ଲୋଣୋ କାଲଭୋର ପୁଲିସକୁ ବି ଜଣାଇଥିଲେ। ପୁଲିସ ପୀଡିତଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ସୁନିଲ କଟକେଙ୍କୁ ତୁରନ୍ତ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe