ଚଳନ୍ତା ଟ୍ରେନ୍‌ ସହ ସେଲ୍‌ଫି ଭିଡିଓ ମହଙ୍ଗା ପଡ଼ିଲା: ଯୁବକ ଗୁରୁତର ଭିଡିଓ ଭାଇରାଲ୍‌

Advertisment
ଚଳନ୍ତା ଟ୍ରେନ୍‌ ସହ ସେଲ୍‌ଫି ଭିଡିଓ ମହଙ୍ଗା ପଡ଼ିଲା: ଯୁବକ ଗୁରୁତର ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ବିପଦଜନକ ଭାବେ ଏକ ଚଳନ୍ତା ଟ୍ରେନ୍‌ ସହ ସେଲ୍‌ଫି ଭିଡିଓର ସୁଟିଂ କରୁଥିବା ବେଳେ ଜନୈକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ବର୍ତ୍ତମାନ ସେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ବେଳେ ତାଙ୍କର ସେହି ସେଲ୍‌ଫି ଭିଡିଓଟି ଏବେ ଭାଇରାଲ୍‌ ହୋଇ ପଡ଼ିଛି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଶିବ ଓରଫ ସୁଭାଷ ନାମ ଜନୈକ ୨୧ ବର୍ଷୀୟ ଯୁବକ ତାଙ୍କର ଜଣେ ବନ୍ଧୁଙ୍କ ସହିତ ସାଇବରାବାଦ୍‌ର ଭାରତ ନଗର ରେଲେଓ୍ଵ ଷ୍ଟେସନ୍‌ ଧାରଣା କଡ଼େ କଡ଼େ ଯାଉଥିବା ବେଳେ ପଛରୁ ଗୋଟିଏ ଟ୍ରେନ୍‌ ଆସୁଥିବାର ଶବ୍ଦ ଶୁଣିବାକୁ ପାଇଲେ। ହଠାତ୍‌ ତାଙ୍କ ମୁଣ୍ଡରେ ନିଶା ଚଢ଼ିଲା ଚଳନ୍ତା ଟ୍ରେନ୍‌ ସହ ନିଜର ଏକ ସେଲ୍‌ଫି ଭିଡିଓ ସୁଟ୍‌ କରିବା ପାଇଁ। ତହୁଁ, ସେ ପକେଟରୁ ଫୋନ୍‌ ବାହାର କରି କ୍ୟାମେରା ଅନ୍‌ କରି ଏକଦମ୍‌ ରେଳ ଧାରଣାକୁ ଲାଗି ମୁଣ୍ଡକୁ ଧାରଣା ଭିତରକୁ ରଖି ଯାଇ ଛିଡ଼ା ହୋଇଗଲେ। ପଛରୁ ଆସୁଥିଲା ଏକ ଦ୍ରୁତଗାମୀ ଲୋକାଲ୍‌ ଟ୍ରେନ୍‌। ଦ୍ରୁତ ଗତିରେ ଟ୍ରେନ୍‌ଟି ଆସୁଥିବା ଦେଖିବା ପରେ ତାଙ୍କ ସହ ଥିବା ବନ୍ଧୁ ସେଠାରୁ ତାଙ୍କୁ ଦୂରକୁ ପଳାଇ ଆସିବାକୁ ପରାମର୍ଶ ଦେଲା। କିନ୍ତୁ, ସେ ଗୋଟେ ମିନିଟ୍‌ କହି ତା’ ପରାମର୍ଶକୁ ଏଡ଼ାଇ ଗଲେ। ଶିବ ସେଲ୍‌ଫି ଭିଡିଓ ସୁଟ୍‌ କରିବାରେ ଏପରି ମସ୍‌ଗୁଲ୍‌ ଥିଲେ ଯେ ଟ୍ରେନ୍‌ର ହର୍ଣ୍ଣ ସୁଦ୍ଧା ତାଙ୍କ କାନକୁ ଶୁଭିଲା ନାହିଁ। ଚଳନ୍ତା ଟ୍ରେନ୍‌ ସହ ସେଲ୍‌ଫି ଭିଡିଓର ସୁଟିଂ ଚଳାଇଥିବା ବେଳେ ପଛପଟୁ ଟ୍ରେନ୍‌ଟି ଆସି ସିଧା ତାଙ୍କ ମୁଣ୍ଡ ପଛରେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଛିଟ୍‌କି ଯାଇ ପଡ଼ିଲେ କଡ଼ରେ।

publive-image

ଏବେ ଶିବ ଅତି ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ବଞ୍ଚିବା ପାଇଁ ସଂଗ୍ରାମ ଚଲାଇଛନ୍ତି। କିନ୍ତୁ, ତାଙ୍କର ସେଇ ସେଲ୍‌ଫି ଭିଡିଓଟି ଭାଇରାଲ୍‌ ହୋଇ ପଡ଼ିଛି। ଅନ୍ୟପକ୍ଷରେ ରେଲେଓ୍ଵ ପୋଲିସ୍‌ ଘଟଣା ସଂପର୍କରେ ଏକ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe