୧୯ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ସହ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଲେ ସିବିଆଇ ଅଦାଲତ

Advertisment
୧୯ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ସହ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଲେ ସିବିଆଇ ଅଦାଲତ

newindianexpress.com

ରାଞ୍ଚି: ୩ବର୍ଷ ପୂର୍ବେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ସହ ଦୁଷ୍କର୍ମ ଓ ପରେ ହତ୍ୟା  କରିଥିବା ଅପରାଧରେ ଆଜି ସିବିଆଇ ଅଦାଲତ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ସ୍ବତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଏ.କେ ମିଶ୍ର ଅଭିଯୁକ୍ତ ରାହୁଲ ରାଜକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦୧୬ ଡିସେମ୍ବର ୧୫ରେ ସେ ପୀଡ଼ିତାଙ୍କ ସହ କରିଥିବା ଅପରାଧକୁ ଲାଗି ଫାଶୀ ଦଣ୍ଡ ଦେଇଛନ୍ତି। ଏହା ସହ ୨୦,୦୦୦ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି।

Related image indiatimes.com

ଉଲ୍ଲେଖଯୋଗ୍ୟ କି, ଅଭିଯୁକ୍ତଜଣକ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ହତ୍ୟା କରିଥିଲା। ଶବ ବ୍ୟବଚ୍ଛେଦ ହେବା ପରେ ପୀଡ଼ିତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଥିବା ସାମ୍ନାକୁ ଆସିଥିଲା। ଏଭଳି ଅପରାଧ ପରେ ରାଜ୍ ଫେରାର ହୋଇ ଯାଇଥିବା ବେ‌ଳେ ପୁଲିସ ଏହାର ସମାଧାନ କରିପାରି ନଥିଲା। ଘଟଣାର ସମାଧାନ ପାଇଁ ଝାଡ଼ଖଣ୍ଡ ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ମାର୍ଚ୍ଚ ୨୮, ୨୦୧୮ରେ ସିବିଆଇ ଏ ନେଇ ରାଜ ବିରୋଧରେ ଏତଲା ରୁଜ୍ଜୁ କରି ଚଳିତ ବର୍ଷ ଜୁନରେ ତାକୁ ଗିରଫ କରିଥିଲା। ଏହା ପରେ ମାମଲାର ଶୁଣାଣି ସିବିଆଇ ଅଦାଲତରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe