ପତ୍ନୀକୁ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ କୁରାଢ଼ୀରେ ପ୍ରେମିକକୁ ହାଣି ହତ୍ୟା କଲା ସ୍ୱାମୀ

ପତ୍ନୀକୁ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ କୁରାଢ଼ୀରେ ପ୍ରେମିକକୁ ହାଣି ହତ୍ୟା କଲା ସ୍ୱାମୀ

Image Courtesy: News Times

ମାହୋବା: ଉତ୍ତରପ୍ରଦେଶର ମାହୋବାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ଜଣେ ବ୍ୟକ୍ତି ନିଜ ପତ୍ନୀକୁ ତା’ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖିଦେବା ପରେ ଉତ୍ତ୍ୟକ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ଗୋଟିଏ କୁରାଢ଼ୀ ସାହାଯ୍ୟରେ ପତ୍ନୀର ପ୍ରେମିକକୁ ହାଣି ହତ୍ୟା କରିଥିବା ଜଣାଯାଇଛି। ଏହି ଘଟଣା ମାହୋବା ଜିଲ୍ଲାର ମୌଦା ହା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ହତ୍ୟାକରୀ ସ୍ୱାମୀକୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ମୃତକଙ୍କ ନାମ ସନ୍ତୋଷ ଏବଂ ସେ ସେହି ଅଞ୍ଚଳର ବାସିନ୍ଦା। ଅନ୍ୟପକ୍ଷରେ ପଚରାଉଚରା ସମୟରେ ଅଭିଯୁକ୍ତ କହିଛି ଯେ ସେ ଜାଣିଥିଲା ଯେ ତା’ ପତ୍ନୀ ଓ ସନ୍ତୋଷ ସେମାନଙ୍କର ଅବୈଧ ସମ୍ପର୍କ ରହିଛି। ମୃତ ସନ୍ତୋଷ ତା’ ଅନୁପସ୍ଥିତିରେ ପ୍ରାୟତଃ ତାଙ୍କ ଘରକୁ ଆସୁଥିଲା ବୋଲି ଅଭିଯୁକ୍ତ ପୁଲିସକୁ କହିଛି।

ତେବେ, ବୁଧବାର ରାତିରେ ଅଭିଯୁକ୍ତ ତା’ ପତ୍ନୀକୁ ସନ୍ତୋଷ ସହ ତାଙ୍କ ଘରେ ଅସଂଯତ ଅବସ୍ଥାରେ ଥିବାବେଳେ ଧରି ପକାଇଥିଲା। ପରେ କ୍ରୋଧରେ ସେ ସନ୍ତୋଷକୁ କୁରାଢ଼ୀରେ ଆକ୍ରମଣ କରି ଆହତ କରିଥିଲା। ଯେତେବେଳେ ସନ୍ତୋଷ ଚିତ୍କାର କଲା, ସେତେବେଳେ ସ୍ଥାନୀୟ ଲୋକମାନେ ଘରେ ପହଞ୍ଚି ଗୁରୁତର ଆହତ ସନ୍ତୋଷଙ୍କୁ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇ ଯାଇଥିଲା। ପୋଲିସ ଅନୁଯାୟୀ, ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ହତ୍ୟା ମାମଲା ରୁଜୁ କରିଥଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe