ସରଯୂ ନଦୀରେ ସ୍ନାନ ବେଳେ ପତ୍ନୀଙ୍କୁ ଚୁମ୍ବନ ଦେବାରୁ ପତିଙ୍କୁ ମାଡ଼ ମାରିଲେ ସ୍ଥାନୀୟ ବାସିନ୍ଦା; ଭିଡିଓ ଭାଇରାଲ୍‌

Advertisment
ସରଯୂ ନଦୀରେ ସ୍ନାନ ବେଳେ ପତ୍ନୀଙ୍କୁ ଚୁମ୍ବନ ଦେବାରୁ ପତିଙ୍କୁ ମାଡ଼ ମାରିଲେ ସ୍ଥାନୀୟ ବାସିନ୍ଦା; ଭିଡିଓ ଭାଇରାଲ୍‌

Image Courtesy of NDTV

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରବାହିତ ସରଯୂ ନଦୀରେ ସ୍ନାନ କରିବା ବେଳେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଚୁମ୍ବନ ଦେବା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମାଡ଼ଗାଳି ଖାଇଛନ୍ତି। ଉକ୍ତ ଘଟଣାର ଭିଡିଓ କ୍ଲିପ୍‌ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ଭିଡିଓରେ ଦେଖାଯାଉଛି, କେତେଜଣ ସ୍ଥାନୀୟ ବାସିନ୍ଦା ନଦୀରେ ପଶି ସେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ପାଖରୁ ଟାଣି ନେଇ ମାରଧର କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହୁଛନ୍ତି ଯେ, ଅଯୋଧ୍ୟାରେ ଏଭଳି ଅଶିଷ୍ଟତା ଅଗ୍ରହଣୀୟ। ସ୍ବାମୀଙ୍କୁ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା କରିବା ନିମନ୍ତେ ପତ୍ନୀଙ୍କ ଉଦ୍ୟମ ମଧ୍ୟ ବିଫଳ ହେଉଥିବାର ଦୃଶ୍ୟ ଉକ୍ତ ଭିଡିଓରେ ରହିଛି। ଶେଷରେ ଲୋକମାନେ ପତିପତ୍ନୀଙ୍କୁ ନଦୀରୁ ବାହାର କରି କୂଳକୁ ଉଠାଇ ଆଣୁଛନ୍ତି।


ଅଯୋଧ୍ୟା ପୁଲିସ କହିଛି ଯେ, ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁଲିସ କର୍ମଚାରୀମାନଙ୍କୁ କୁହାଯାଇଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଅଯୋଧ୍ୟା ପୁଲିସ କହିଛି: ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କୋତୱାଲି ଅଯୋଧ୍ୟା ଥାନାର ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର୍‌ଙ୍କୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗଙ୍ଗାର ୭ଟି ଶାଖା ନଦୀମାନଙ୍କ ମଧ୍ୟରୁ ସରଯୂ ଅନ୍ୟତମ। ଏହାକୁ ହିନ୍ଦୁମାନ‌େ ପବିତ୍ର ବୋଲି ବିଚାର କରନ୍ତି। ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନଗରୀ ସରଯୂ ନଦୀତଟରେ ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe