ଉଚ୍ଚ ଜାତି ଲୋକଙ୍କ ପାଖରେ ବସି ଖାଇବାରୁ ଦଳିତଙ୍କୁ ହତ୍ୟା

Advertisment
ଉଚ୍ଚ ଜାତି ଲୋକଙ୍କ ପାଖରେ ବସି ଖାଇବାରୁ ଦଳିତଙ୍କୁ ହତ୍ୟା

Credit: Getty Images

ଡେରାଡୁନ୍‌: ଉତ୍ତରାଖଣ୍ଡର ତେହେରି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୨୩ ବର୍ଷିଅ ଦଳିତ ଯୁବକ ଏକ ବିବାହ ଉତ୍ସବରେ ଉପର ଜାତି ଲୋକଙ୍କ ପାଖରେ ବସି ଖାଇବାରୁ ଉକ୍ତ ଯୁବକଙ୍କୁ ଉପର ଜାତିର ଲୋକେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକ ଜଣକ ହେଉଛନ୍ତି ଜିତନ୍ଦ୍ରେ ଦାସ। ଜିତେନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ଏପ୍ରିଲ୍‌ ୨୬ ତାରିଖ ଦିନ ନେନାବାଘ ତେହସିଲ୍‌ରେ କିଛି ଉଚ୍ଚ ଜାତିର ଲୋକ ମିଶି ତାଙ୍କ ପୁଅକୁ ପିଟିବା ହେତୁ ସେ ଗୁରୁତର ଆହତ ହୋଇଥିଲେ।

ଆକ୍ରମଣ ପରେ ପରେ ଜିତେନ୍ଦ୍ରଙ୍କୁ ତତ୍‌କ୍ଷଣାତ ହସ୍ପିଟାଲ୍‌କୁ ନିଆଯାଇଥିଲା। ଏପ୍ରିଲ୍‌ ୨୮ ତାରିଖ ଦିନ ଜିତେନ୍ଦ୍ରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମହାନ୍ତ ଇନ୍ଦ୍ରେଶ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା।

ଜିତେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଓ ସଂପର୍କୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଙ୍କ ଭଉଣୀଙ୍କ କହିବା ମୁତାବକ ତାଙ୍କ ଗ୍ରାମର ଏକ ବିବାହ ଉତ୍ସବରେ ଜିତେନ୍ଦ୍ର ଅନ୍ୟ ଉଚ୍ଚ ଜାତି ଲୋକଙ୍କ ସହ ବସି ଖାଇବା ପରେ ତାଙ୍କ ସହ ଏପରି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe