୫୦୦ ଟଙ୍କା ବାଜି ଘଟଣାରୁ ବିବାଦ; ଗାଁ ଭାଇର ମୁଣ୍ଡ କାଟି ନେଇ ୨୫ କି.ମି. ଦୂର ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

୫୦୦ ଟଙ୍କା ବାଜି ଘଟଣାରୁ ବିବାଦ; ଗାଁ ଭାଇର ମୁଣ୍ଡ କାଟି ନେଇ ୨୫ କି.ମି. ଦୂର ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

Image Courtesy of NDTV

ଗୌହାଟି: ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଲଗାଇ ଥିବା ୫୦୦ ଟଙ୍କା ବାଜିକୁ କେନ୍ଦ୍ର କରି ବିବାଦ ହେବାରୁ ଗାଁ ଭାଇର ମୁଣ୍ଡକାଟି ପକାଇଥିବା ଆସାମର ଜଣେ ବ୍ୟକ୍ତି କଟାମୁଣ୍ଡ ଧରି ୨୫ କିଲୋମିଟର୍‌ ଦୂରରେ ଥିବା ଥାନାରେ ଆତ୍ମସମର୍ପଣ କରିଥିବା କଥା ପୁଲିସସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ଦିନ ସ୍ବାଧୀନତା ଦିବସ ଅବସରରେ ଉତ୍ତରାଞ୍ଚଳ ଆସାମର ଶୋଣିତପୁର ଜିଲ୍ଲାର ରଙ୍ଗପଡ଼ା ଥାନା ଅନ୍ତର୍ଗତ ଦୋୟାଲୁର୍‌ ଅଞ୍ଚଳରେ ଆୟୋଜିତ ଫୁଟ୍‌ବଲ୍‌ ମ୍ୟାଚ୍‌ ଶେଷ ହେବା ପରେ ମୁଣ୍ଡକାଟ ଘଟଣା ଘଟିଥିଲା।

ନିହତ ହେମ୍‌ ରାମ୍‌ ଗୋଟିଏ ଫୁଟ୍‌ବଲ୍‌ ଟିମ୍‌କୁ ସମର୍ଥନ କରୁଥିବା ବେଳେ ଅଭିଯୁକ୍ତ ଟୁନିରାମ୍‌ ମାଦ୍ରି ଅନ୍ୟ ଏକ ଦଳକୁ ସମର୍ଥନ କରୁଥିଲେ। ଯଦି ସେମାନେ ସମର୍ଥନ କରୁଥିବା ଦଳ ଭିତରୁ କେହି ହାରିଯାଆନ୍ତି ତେବେ, ହାରିଯାଇଥିବା ଦଳକୁ ସମର୍ଥନ କରୁଥିବା ବ୍ୟକ୍ତି ବିଜୟୀ ଦଳକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଦେବେ ବୋଲି ବାଜି ପକାଇଥିଲେ।

ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଅଭିଯୁକ୍ତ ହେମ୍‌ ରାମ୍‌ ସମର୍ଥନ କରୁଥିବା ଟିମ୍‌ ବିଜୟୀ ହେବାରୁ ସେ ପରାଜିତ ଟମ୍‌ର ସମର୍ଥକ ମାଦ୍ରିଙ୍କୁ ୫୦୦ ଟଙ୍କା ମାଗିଲେ। କିନ୍ତୁ, ମାଦ୍ରି ଟଙ୍କା ଦେବା ବଦଳରେ ତାଙ୍କୁ ଖାଇବାକୁ ଦେବେ ବୋଲି କହିଲେ। ମାତ୍ର, ରାମ୍‌ ଟଙ୍କା ପାଇଁ ଅଡ଼ି ବସିବାରୁ ମାଦ୍ରି ଉତ୍‌କ୍ଷିପ୍ତ ହୋଇ ନିଜ ବ୍ୟାଗ୍‌ରୁ ଗୋଟାଏ ଧାରୁଆ ଅସ୍ତ୍ର କାଢ଼ି ରାମ୍‌ଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କାଟି ପକାଇଲେ।

ଏହାପରେ କଟାମୁଣ୍ଡ ଧରି ଅଭିଯୁକ୍ତ ମାଦ୍ରି ଘରକୁ ଗଲେ। ଘରେ ବଡ଼ଭାଇ ତାଙ୍କୁ ମାରିବାକୁ ଧାଇଁ ଆସିବାରୁ ମାଦ୍ରି ସେଠାରୁ କୌଣସି ମତେ ଖସି ପଳାଇଲେ। ପରେ ମାଦ୍ରି ଚାଲି ଚାଲି ରାତି ଅଧ ବଳେକୁ ୨୫ କିଲୋମିଟର୍‌ ଦୂରରେ ଥିବା ଥାନାରେ ପହଞ୍ଚି କଟାମୁଣ୍ଡ ସହ ଆତ୍ମସମର୍ପଣ କରିଥିଲେ। ଥାନା ଅଧିକାରୀଙ୍କୁ ସେ ହେମ୍ବ୍ରମ୍‌ଙ୍କୁ ହତ୍ୟାରେ ବ୍ୟବହୃତ ଚାପଡ଼ଟିକୁ ମଧ୍ୟ ଦେଇଥିଲେ।

ଥାନା ଅଧିକାରୀ କହିଛନ୍ତି, ପଚରାଉଚରା ପାଇଁ ମାଦ୍ରିଙ୍କୁ ହାଜତରେ ରଖାଯାଇଛି। ମାମଲାର ସବୁ ଦିଗ ପ୍ରତି ଦୃଷ୍ଟି ରଖି ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe