ପତ୍ନୀଙ୍କ ଉପରେ ଅନୈତିକ ସମ୍ପର୍କ ସନ୍ଦେହ କରି ଗଳା କାଟି ମୁଣ୍ଡକୁ ହାତରେ ଧରି ବଜାରରେ ବୁଲିଲା ସ୍ବାମୀ

ପତ୍ନୀଙ୍କ ଉପରେ ଅନୈତିକ ସମ୍ପର୍କ ସନ୍ଦେହ କରି ଗଳା କାଟି ମୁଣ୍ଡକୁ ହାତରେ ଧରି ବଜାରରେ ବୁଲିଲା ସ୍ବାମୀ

 ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାନ୍ଧାଠାରେ ଶୁକ୍ରବାର ସକାଳେ ଜଣେ ଯୁବକ ଅନୈତିକ ସମ୍ପର୍କ ସନ୍ଦେହରେ ସ୍ତ୍ରୀର ବେକ କାଟି ମୁଣ୍ଡକୁ ହାତରେ ଧରି ବଜାରରେ କିଛି ସମୟ ବୁଲିବା ପରେ ୨କିମି ଦୂର ପୁଲିସ ଷ୍ଟେସନରେ ଯାଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।  ଏଭଳି ଏକ ଲୋମଟାଙ୍କୁରା ଘଟଣା ବବେରୁ ପୁଲିସ ଷ୍ଟେସନ ଅଞ୍ଚଳର ନେତାନଗର ଗ୍ରାମରେ ଘଟିଥିବା ଜଣାପଡ଼ିଛି।

ଏଠାରେ ବସବାସ କରୁଥିବା କିନ୍ନର (୩୫) ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ବିମଳା (୨୮) ଙ୍କ ଉପରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥି‌ଲେ। ଏହି ଘଟଣାକୁ କେନ୍ଦ୍ର କରି କିନ୍ନର ଆଜି ସକାଳ ପ୍ରାୟ ୬ଟା ବେଳକୁ ବିମଳାଙ୍କ ଉପରେ ଛୁରାମାଡ଼ କରି ତାଙ୍କ ଗଳାକୁ କାଟି ଦେଇଥିଲେ। ଏହି ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ବି ଆହତ ହୋଇଛନ୍ତି, ଯାହାକୁ ବିମଳାଙ୍କ ପ୍ରେମିକ ବୋଲି କୁହାଯାଉଛି।

Man beheads wife, walks to police station with severed head for 3 KM | Deccan Herald Deccan Herald

ଅତିରିକ୍ତ ଏସପି ମହେନ୍ଦ୍ର ଚୌହ୍ବାନ ଏହି ହତ୍ୟା ଘଟଣା ବିଷୟରେ ଜାଣିବା ପରେ କହିଛନ୍ତି,  ଅଭିଯୁକ୍ତ ନିଜେ ପତ୍ନୀଙ୍କ କଟାମୁଣ୍ଡକୁ ହାତରେ ଧରି ବବେରୁ ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ଏହା ପରେ ପୁଲିସ କିନ୍ନରକୁ ଗିରଫ କରିଥିଲା। ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

ଆହତ ପ୍ରେମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବଜାରରେ  କିନ୍ନର ଏଭଳି ରକ୍ତ ଜୁଡ଼ୁବୁଡୁ କଟା ମୁଣ୍ଡ ଧରି ବୁଲିବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe