Image Source: The Times of India
ଚେନ୍ନାଇ: ମଙ୍ଗଳବାର ରାତିରେ ଗୋଟାଏ ଦୋକାନରେ ପଶି ମୋବାଇଲ୍ଟିଏ ଚୋରାଇ ନେଇଥିବା ଜଣେ ଚୋର ନିଜ ମୋବାଇଲ୍ଟି ଛାଡ଼ି ଯାଇ ଧରାପଡ଼ିବାର ବାଟ ଖୋଲି ଦେଇଛି।
ଘଟଣାଟି ଘଟିଛି ଟୋଣ୍ଡିଆରପେଟ୍ ଠାରେ। ସେଠାରେ ନିଜ ଘରକୁ ଲାଗି ଜାନକୀରମଣ ନାମରେ ଜଣେ ବ୍ୟକ୍ତିଙ୍କର ମୋବାଇଲ୍ ଫୋନ୍ ଦୋକାନଟିଏ ଅଛି। ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଜାନକୀରମଣ କିଛି ଗୋଟାଏ ଶବ୍ଦ ଶୁଣି ନିଦରୁ ଉଠିପଡ଼ିଲେ। ତାଙ୍କର ମନେହେଲା କିଏ ଯେମିତି ତାଙ୍କ ଦୋକାନର ସଟର୍ ତାଡୁଛି।
ତତ୍କ୍ଷଣାତ୍ ସେ ଦୋକାନକୁ ଧାଇଁ ଯାଇ ଦେଖିଲେ ସଟର୍ ଭଙ୍ଗାଯାଇଛି, କିନ୍ତୁ ଚୋର ନାହିଁ। ତାଲା ଭାଙ୍ଗିବାରେ ବ୍ୟବହୃତ ଶାବଳଟିଏ ବି ଦୋକାନ ଆଗରେ ପଡ଼ିଛି। ଦୋକାନର ଥାକ ସବୁ ଯାଞ୍ଚ କରି ସେ ଦେଖିଲେ ନୂଆ କରି ଲଞ୍ଚ୍ ହୋଇଥିବା ଗୋଟାଏ ମୋବାଇଲ୍ ଫୋନ୍ ନାହିଁ। ତଳେ ଦୋକାନର ଚଟାଣରେ ପଡ଼ିଛି ଗୋଟାଏ ପୁରୁଣା ମୋବାଇଲ୍ ଫୋନ୍। ଡ୍ରୟାର୍ ମଧ୍ୟରେ ଲୁଚାଯାଇଥିବା ଟଙ୍କା ବାକ୍ସରେ ହାତ ବାଜିନି।
Representative image source: simplisafeଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଳେ ପଡ଼ିଥିବା ଫୋନ୍ଟିକୁ ଜବତ କଲା। ଫୋନ୍ଟି ଚୋରର ବୋଲି ପୁଲିସର ସନ୍ଦେହ ହେଉଛି। ଉକ୍ତ ମୋବାଇଲ୍ ଫୋନ୍ ଏବଂ ସମ୍ପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ସେ ଚୋରକୁ ଖୋଜୁଛି।
ପୁଲିସ କହିବା ଅନୁସାରେ, ସେ ଅନ୍ୟମନସ୍କତା ଯୋଗୁଁ ହେଉ କି, ତରବରିଆ ଯୋଗୁଁ ହେଉ ଫୋନ୍ଟି ଛାଡ଼ି ଯାଇଛି। ଦୋକାନୀ ଆସିବାର ଶବ୍ଦ ବାରି ସେ ପଳାଇଯାଇ ଥାଇ ପାରେ ବୋଲି ପୁଲିସର ବିଶ୍ୱାସ ହେଉଛି।
Follow Us