ବିବାହର ପ୍ରଥମ ରାତିରେ ମାନସିକ ବିକାରଗ୍ରସ୍ତ ପତି କଲା ପଶୁ ଭଳି ଦୁଷ୍କର୍ମ; ଯନ୍ତ୍ରଣାରେ ଛଟପଟ ହୋଇ ପତ୍ନୀର ପ୍ରାଣ ଗଲା

Advertisment
ବିବାହର ପ୍ରଥମ ରାତିରେ ମାନସିକ ବିକାରଗ୍ରସ୍ତ ପତି କଲା ପଶୁ ଭଳି ଦୁଷ୍କର୍ମ; ଯନ୍ତ୍ରଣାରେ ଛଟପଟ ହୋଇ ପତ୍ନୀର ପ୍ରାଣ ଗଲା

ପାକିସ୍ତାନ: ପାକିସ୍ତାନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ ନିଶ୍ଚୟ। କେବଳ ଏତିକି ନୁହେଁ, ଘଟଣାଟି ଜାଣିଲେ ଆପଣ ବି କହିବେ ଦୁନିଆରେ ଏପରି ନିଷ୍ଠୁର ଲୋକ ରହି ପାରନ୍ତି। ତେବେ ଘଟଣାଟି ହେଉଛି ଏପରି, ପାକିସ୍ତାନରେ ଜଣେ ଯୁବତୀଙ୍କ ମୃତ୍ୟୁ ତାଙ୍କ ବିବାହର ପ୍ରଥମ ରାତିରେ ହୋଇଛି। ବାସର ରାତିରେ ନବବଧୂ ନିଜ ସ୍ୱାମୀ ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ପ୍ରବଳ ରକ୍ତସ୍ରାବ ହେତୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

publive-image

ସୂଚନାଯୋଗ୍ୟ, ସବାନା (ଛଦ୍ମନାମ) ନାମକ ଯୁବତୀ ନାଦିମ୍‌ (ଛଦ୍ମନାମ)କୁ ବିବାହ କରିଥିଲା। ତେବେ ବିବାହ ପ୍ରଥମ ରାତିରେ ନାଦିମ୍‌ କୋଠରୀ ଭିତରେ ପଶୁଙ୍କ ଭଳି ସବାନା ଉପରେ ଅତ୍ୟାଚାର କରିବା ସହିତ ଦୁଷ୍କର୍ମ ମଧ୍ୟ କରିଥିଲା। କେବଳ ଏତିକି ନୁହେଁ, ସବନାଙ୍କ ଗୁପ୍ତାଙ୍ଗରେ ଲୁହା ରଡ ପୁରାଇ ଥିଲା। ତେବେ କଷ୍ଟ ସହି ନପାରି ସବାନ ସାହାଯ୍ୟ ପାଇଁ ଚତ୍କାର କରି କରି ଅଚେତ ହୋଇପଡ଼ିଥିଲା। ସବନାଙ୍କ ଚିତ୍କାର ଶୁଣି ନାଦିମ୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବେଳେ ପରିବାର ଲୋକ କୋଠରି ଭିତରକୁ ଆସି ଗୁରୁତର ଅବସ୍ଥାରେ ସବାନାକୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲେ। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ସବାନା ବଞ୍ଚି ପାରି ନଥିଲା।

publive-image

ସବାନାଙ୍କ ଚିକିତ୍ସା କରୁଥିବା ଡାକ୍ତର କହନ୍ତି, ମୁଁ ସବନାକୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିଛି। ହେଲେ ତାଙ୍କର ଅତ୍ୟାଧିକ ରକ୍ତସ୍ରାବ ହେତୁ ତାଙ୍କୁ ବଞ୍ଚାଇ ପାରିଲି ନାହିଁ। ତେବେ କୁହାଯାଉଛି ସବାନାଙ୍କ ସ୍ୱାମୀ ମାନସିକବିକାରଗ୍ରସ୍ତ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe