ରାତ୍ର ଭୋଜନରେ ଅଳ୍ପ ମାଂସ ତରକାରୀ ଦେବାରୁ ପତ୍ନୀଙ୍କୁ ଜାଳି ଦେଲା ସ୍ବାମୀ

Advertisment
ରାତ୍ର ଭୋଜନରେ ଅଳ୍ପ ମାଂସ ତରକାରୀ ଦେବାରୁ ପତ୍ନୀଙ୍କୁ ଜାଳି ଦେଲା ସ୍ବାମୀ

iDiva

ମୁମ୍ବାଇ: ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା। ପତ୍ନୀ ରାତ୍ରୀ ଭୋଜନରେ ଅଳ୍ପ ମାଂସ ତରକାରୀ ଦେବାରୁ ତାଙ୍କୁ ତାଙ୍କ ସ୍ବାମୀ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ମୁମ୍ବାଇର ଜୁଇ-କେମୋଥେ ଗ୍ରାମର। ମହିଳା ଜଣକ ଗୁରତର ଅବସ୍ଥାରେ ମୁମ୍ବାଇର ସିୟନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଡିସେମ୍ବର ୯ ତାରିଖରେ ଆଖି ବୁଜି ଦେଇଛନ୍ତି। ଅଭିଯୁକ୍ତ ଜଣକ ୩୮ ବର୍ଷୀୟ ମାରୁତି ସରଦେ ବୋଲି ଜାଣିବାକୁ ମିଳିଛି। ସେ ନାନ୍ଦେଡଠାରେ ଦିନ ମଜୁରିଆ ଭାବେ କାମ କରନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପତି-ପତ୍ନୀଙ୍କର ୪ ଜଣ ପିଲା। ରାତିରେ ପତ୍ନୀ ଛେଳି ମାଂସ ରୋଷେଇ କରିଥିଲେ। ସମସ୍ତଙ୍କୁ ଖାଇବାକୁ ଦେଇ ସାରିଥିବାରୁ ସ୍ବାମୀଙ୍କ ପାଇଁ ତରକାରୀର ପରିମାଣ ଟିକେ କମ୍‌ ଥିଲା। ମାଂସ ତରକାରୀ କାହିଁକି କମ୍‌ ଦେଲୁ ବୋଲି ପ୍ରଶ୍ନ କରି ‌ସ୍ବାମୀ ରାଗରେ ଆସି ପତ୍ନୀଙ୍କୁ ନିଆଁ ଲଗାଇ ଜାଳି ‌ଦେଇଥିଲେ। ଏହି ଘଟଣା ଡିସେମ୍ବର ୪ ତାରିଖରେ ଘଟିଥିଲା। ତା’ପରେ ପତ୍ନୀ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଶେଷରେ ତାଙ୍କର ଦେହାନ୍ତ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe