ପ୍ରେମିକାର ମୃତଦେହକୁ ସୁଟକେସରେ ଭରି ନେଇଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିବା ପ୍ରେମିକ କହିଲା ଏଭଳି କଥା

Advertisment
ପ୍ରେମିକାର ମୃତଦେହକୁ ସୁଟକେସରେ ଭରି ନେଇଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିବା ପ୍ରେମିକ କହିଲା ଏଭଳି କଥା

OpIndia

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଡକି ଗେଷ୍ଟ ହାଉସରୁ ସୁଟକେସରେ ଯୁବତୀଙ୍କ ମୃତଦେହ ରଖି ନେଇଯାଉଥିବା ବେଳେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଯୁବକ ଜଣକ ଗେଷ୍ଟହାଉସ ଛାଡ଼ି ଯାଉଥିବା ବେଳେ ସେଠାରେ ଥିବା କର୍ମଚାରୀଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ତେଣୁ ସେମାନେ ଉକ୍ତ ଯୁବକଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁଟକେସ ଖୋଲିବାକୁ କହିଥିଲା।। ଯୁବକ ଜଣକ ପ୍ରଥମେ ପୁଲିସ କଥାରେ ରାଜି ହୋଇ ନଥିଲେ। ପରେ ପୁଲିସର ଧମକ ଭୟରେ ଯୁବକ ସୁଟକେସ ଖୋଲିଥିଲେ। ସୁଟକେସ ଭିତରେ ଯାହା ଥିଲା ତାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। କାରଣ ସୁଟକେସ ଭିତରେ ଜଣେ ଯୁବତୀଙ୍କ ମୃତଦେହ ଥିଲା।

ପଚରାଉଚରା ସମୟରେ ଯୁବକ ଜଣକ ପୁଲିସକୁ କହିଥିଲେ, ‘ଉକ୍ତ ଯୁବତୀ ଓ ତାଙ୍କ ମଧ୍ୟରେ ୮ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଦୁହେଁ ବିବାହ କରିବାକୁ ଚାହୁଁଥିଲୁ, କିନ୍ତୁ ପରିବାର ଏସମ୍ପର୍କରେ ରାଜି ନଥିଲେ। ତେଣୁ ଦୁହେଁ ବିଷ ପିଇ ଆତ୍ମହତ୍ୟା ପାଇଁ ସ୍ଥିର କରିଥିଲୁ।  ଯୁବତୀ ପ୍ରଥମେ  ବିଷ ପିଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ମୁଁ କ’ଣ କରିବି କିଛି ସ୍ଥିର କରି ନପାରି ମୃତଦେହକୁ ସୁଟକେସରେ ଭରି ଦେଇଥିଲି। ଆଉ ଗେଷ୍ଟ ହାଉସରୁ ବାହାରି ଯାଇଥିଲି। ସୁଟକେସ ସହ ମୃତଦେହକୁ ନଦୀରେ ପିଙ୍ଗି ମୁଁ ନିଜେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲି।’

ପୁଲିସ ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରକୁ ଏନେଇ ଖବର ଦେଇଛି। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe