ନୂଆଦିଲ୍ଲୀ: ଇମ୍ଫାଲ ବିମାନବନ୍ଦରରେ ସୁନା ଚୋରା ଚାଲାଣ କରୁଥିବା ନେଇ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ଯେଉଁ ଉପାୟରେ ସୁନା ନେଇ ଯାଉଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଇମ୍ଫାଲରୁ ଦିଲ୍ଲୀ ଯାଉଥିଲା। ସୁନାକୁ ଦିଲ୍ଲୀରେ ଚାଲାଣ କରିବାର ଯୋଜନା ଥିଲା। ଗିରଫ ଯୁବକର ଘର କେରଳ କୋଝିକୋଡେରେ ଥିବା ବେଳେ ନାମ ମହମ୍ମଦ ସରିଫ ବୋଲି ଜଣାପଡିଛି।
ବିମାନବନ୍ଦରରେ ନିୟୋଜିତ ଥିବା ସିକ୍ୟୁରିଟିଙ୍କୁ ମହମ୍ମଦ ସରିଫର କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା। ଏହା ପରେ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମହମ୍ମଦ ସରିଫ ବହୁତ ଭୟଭୀତ ହୋଇଯାଇଥିଲା।
ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀମାନେ ମହମ୍ମଦ ସରିଫର ଯାଞ୍ଚ କରିଥିଲେ। କିନ୍ତୁ ତାରଠାରୁ କିଛି ମିଳି ନଥିଲା। ଏହା ପରେ ମହମ୍ମଦ ସରିଫର ଏକ୍ସ-ରେ କରାଯାଇଥିଲା। ଏକ୍ସ-ରେ ରିପୋର୍ଟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଲା କି ମହମ୍ମଦ ସରିଫର ମଳଦ୍ୱାରରେ ପ୍ରାୟ ନଅ ଶହ ଆଠ ଗ୍ରାମ ସୁନା ରହିଛି। ଏହି ସୁନାକୁ ପେଷ୍ଟ କରି ଚାରି ଭାଗରେ ବିଭକ୍ତ କରି ଏକ ପ୍ୟାକେଟ୍ ତିଆରି କରି ସରିଫ ମଳଦ୍ୱାରରେ ଲୁଚାଇ ରଖିଥିଲା।
Follow Us