Advertisment

ଇଣ୍ଡିଗୋ ବିମାନରୁ ଲାଇଫ ଜ୍ୟାକେଟ ଚୋରି କରି ଧରାପଡ଼ି‌ଲେ ଯାତ୍ରୀ

Advertisment
db7b94f4-4980-4144-805f-7b440b0cb171

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ବିମାନରେ ଚୋରି କରୁଥିବାର ଦେଖିବାକୁ ମିଳୁଛି।

ଭିଡିଓଟିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଅନ୍ୟ ଜଣେ ଯାତ୍ରୀଙ୍କୁ ଧରି ତାଙ୍କ ବ୍ୟାଗ୍ ଖୋଲିବାକୁ କହୁଛନ୍ତି। ବ୍ୟାଗ ଖୋଲିବା ପରେ ସେଥିରେ ଏକ ଲାଇଫ୍ ଜ୍ୟାକେଟ୍ ଥିବା ନଜର ଆସୁଛି। ଏହି ଲାଇଫ୍ ଜ୍ୟାକେଟ୍ ଇଣ୍ଡିଗୋ ବିମାନର ଥିଲା।

ଏହି ଘଟଣାକୁ ଲୋକେ ଖୁବ ସମାଲୋଚନା କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ତୁମେ କାହିଁକି ଲାଇଫ୍ ଜ୍ୟାକେଟ୍ ଚୋରି କରିଛ? ଏ ଜ୍ୟାକେଟ ତୁମର କ’ଣ ସାହାଯ୍ୟରେ ଆସି ପାରିବ? ବିମାନ ଯାତ୍ରା ଏତେ ଶସ୍ତା ହୋଇଯାଇଛି ଯେ ସମସ୍ତେ ଏବେ ବିମାନରେ ଯାତ୍ରା କରୁଛନ୍ତି।" 

ଆଉ ଜଣେ ବ୍ୟବହାରକାରୀ ମନ୍ତବ୍ୟ ଦେଇଛନ୍ତି, "ଦୟାକରି ଉକ୍ତ ଯାତ୍ରୀଙ୍କୁ ବିମାନ ଯାତ୍ରାରୁ ନିଷେଧ କରନ୍ତୁ। କାରଣ ଏପରି କିଛି ଯାତ୍ରୀଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe