ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀର ଗଳା କାଟି ଥାନାରେ ପହଞ୍ଚିଥିଲା ସ୍ୱାମୀ

Advertisment
ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀର ଗଳା କାଟି ଥାନାରେ ପହଞ୍ଚିଥିଲା ସ୍ୱାମୀ

ବେଙ୍ଗାଲୁରୁ: କ’ଣ କେହି ସ୍ୱାମୀ ନିଜର ପତ୍ନୀଙ୍କୁ ଏଭଳି ଘୃଣା କରି ପାରେ କି ତାର ଗଳା କାଟି ଥାନାରେ ପହଞ୍ଚିବ। କର୍ଣ୍ଣାଟକର ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଅନ୍ୟ ଜଣେ ପୁରୁଷ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ନିଜ ପତ୍ନୀର ଗଳା କାଟିବାକୁ ପଛାଇ ନାହିଁ। ଗଳା କାଟିବା ପରେ ହତ୍ୟାକାରୀ ସ୍ୱାମୀ ପତ୍ନୀ କଟା ମୁଣ୍ଡକୁ ନେଇ ଥାନାରେ ପହଞ୍ଚିଥିଲା । ଏଭଳି ଦୃଶ୍ୟ ଦେଖି ଥାନାରେ ସମସ୍ତ ଚକିତ ହୋଇ ରହି ଯାଇଥିଲେ ଓ ପୁଲିସ ତୁରନ୍ତ ଉକ୍ତ ଯୁବକକୁ ଗିରଫ କରି ନେଇଥିଲା।

ଏହି ସମ୍ପୂର୍ଣ୍ଣ ଘଟଣା କର୍ଣ୍ଣାଟକର ଚିକମଙ୍ଗଲୁର ଅଞ୍ଚଳରେ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ରବିବାର ସନ୍ଧ୍ୟାରେ ଏକ ବ୍ୟକ୍ତି ନିଜର ପତ୍ନୀ ମୁଣ୍ଡକୁ କାଟି ଏକ ବ୍ୟାଗରେ ନେଇ ଉଜ୍ଜାମପୁରା ଥାନାରେ ପହଞ୍ଚିଥିଲା। ଏହି ବ୍ୟକ୍ତିଙ୍କ ପରିଚୟ ୩୫ବର୍ଷୀୟ ସତୀଶ ବୋଲି ଜଣାପଡ଼ିଛି। ହତ୍ୟାକାରୀ ସ୍ୱାମୀ ପୁଲିସ ନିକଟରେ ଆତ୍ମସମର୍ପଣ କରି କହିଛି, ସେ ତାର  ପତ୍ନୀଙ୍କୁ ହତ୍ୟା କରିଛି। କାରଣ ପତ୍ନୀକୁ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଅନ୍ୟ ଜଣେ ଯୁବକଙ୍କ ସହିତ ଥାନାରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe