ପୁଲିସର ଭୟରେ ତିନିଦିନ ଗଛ ଉପରେ ଲୁଚି ରହିଥିଲା ଯୁବକ

Advertisment
ପୁଲିସର ଭୟରେ ତିନିଦିନ ଗଛ ଉପରେ ଲୁଚି ରହିଥିଲା ଯୁବକ

ନୂଆଦିଲ୍ଲୀ: ପୁଲିସର ଭୟ ସମସ୍ତଙ୍କୁ ରହିଥାଏ। ପୁଲିସ ଭୟରେ କିଏ ଘର କୋଣରେ ଲୁଚି ଯାଇଥାଏ ତ କିଏ ପାଣିକୁ ଡେଇଁ ପଡ଼ିଥାଏ। ନିକଟରେ ଜଣେ ଯୁବକ ପୁଲିସ ଭୟରେ ଗଛ ଉପରେ ଲୁଚି ରହିଥିବାର ଘଟଣା ସାମ୍ନାକୁ ଆସିଛି।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ନ୍ୟୁୟର୍କ ସହରର କୁଇନ୍ସରେ ଘଟିଛି। ଏଠାରେ ଜଣେ ୪୪ ବର୍ଷର ବ୍ୟକ୍ତି ଗଛ ଉପରେ ପାଖାପାଖି ତିନିଦିନ ରହିବା ପରେ ଗତ ଶୁକ୍ରବାର ସନ୍ଧ୍ୟାରେ ତଳକୁ ଓହ୍ଲାଇଛି। କୁହାଯାଉଛି କି ଉକ୍ତ ବ୍ୟକ୍ତି ଜଣକ ଗତ ବୁଧବାର ପୁଲିସ କବଳରୁ ବଞ୍ଚିବା ପାଇଁ ଗଛ ଉପରେ ଚଢ଼ି ଯାଇଥିଲା। ପୁଲିସ ଅଧିକାରୀ ତାକୁ ଗଛରୁ ଓହ୍ଲାଇବା ପାଇଁ ବହୁତ ଅନୁରୋଧ କରିଥିଲେ ବି ସେ ଓହ୍ଲାଇ ନଥିଲା।

ଉକ୍ତ ବ୍ୟକ୍ତିର ମା’ଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମା’ଙ୍କ କହିବାନୁସାରେ, ତାଙ୍କ ପୁଅ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲା। ମା’ଙ୍କ ଏହି ଅଭିଯୋଗ କ୍ରମେ ପୁଲିସ ଯେତେବେଳେ ପୁଅକୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଅ ଛାତ ଦେଇ ଏକ ବଡ଼ ଗଛ ଉପରେ ଚଢ଼ି ଯାଇଥିଲା। ଆଉ ସମସ୍ତଙ୍କୁ ଧମକ ଦେଇଥିଲା କି ଯଦି ଗଛ ଉପରେ କେହି ଚଢ଼ିବାକୁ ଚେଷ୍ଟା କରନ୍ତି ତେବେ ସେ ଗଛରୁ ତଳକୁ ଡେଇଁ ଆତ୍ମହତ୍ୟା କରିଦେବ। ବୁଧବାର ଓ ଗୁରୁବାର ରାତିରେ ସେ ଗଛ ଉପରେ ହିଁ ଶୋଇ ରହିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ରୁଡି ଥାମସ ନାମରେ ଗିରଫଦାରୀ ଜାରି ହୋଇଛି। ଗତ ମାସରେ ଅନ୍ୟ ଜଣେ ମହିଳା ରୁଡି ନାମରେ ମାଡ଼ ମାରିଥିବା ଅଭିଯୋଗ ବି ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe