ଉଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଡେଣାରେ ଯାଇ ବସି ପଡ଼ିଲେ ଯୁବକ: ଆଉ ତା’ପରେ…

Advertisment
ଉଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିମାନ ଡେଣାରେ ଯାଇ ବସି ପଡ଼ିଲେ ଯୁବକ: ଆଉ ତା’ପରେ…

Daily Mail

ନୂଆଦିଲ୍ଲୀ: ନିକଟରେ ଏକ ବିମାନରେ ଯାତ୍ରୀ ବସି ସାରିଥିବା ବେଳେ ବିମାନଟି ଉଡ଼ିବାକୁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବିମାନର ଡେଣା ପାଖରେ ଯାଇ ପହଞ୍ଚି ଯାଇଥିଲେ। ଉକ୍ତ ଯୁବକ ଜଣକ ବିମାନର ଡେଣାରେ ଛିଡ଼ା ହୋଇଥିବା ବେଳେ କିଛି ସମୟ ପରେ ସେଠାରେ ବସିଥିଲେ ଆଉ ପରେ ଶୋଇ ପଡ଼ିଥିଲେ। ବିମାନ ଭିତରେ ବସିଥିବା ଯାତ୍ରୀମାନେ ଯୁବକଙ୍କର ଫଟୋ ଉଠାଇଥିଲେ। ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା।

ଘଟଣାଟି ଆମେରିକାର ଲାସ ଭେଗାସରେ ଅଲାସ୍କା ଏୟାରଲାଇନ୍ସର ବିମାନରେ ଘଟିଥିବା ଜଣାପଡ଼ିଛି। ଶନିବାର ଏହି ଘଟଣା ଯୋଗୁଁ ବିମାନ ଉଡିବା ପାଇଁ ନିଶ୍ଚିତ ହୋଇଥିବା ସମୟ ଠାରୁ ଚାରି ଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା।

man climbs plane wing

ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଯେତେବେଳେ ଯୁବକଙ୍କୁ ବିମାନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲା, ସେତେବେଳେ ସେ ନିଜେ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ପୁଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ପ୍ରାପ୍ତ ସୂଚନାରୁ ପକାଶ ଯେ, ଡେଣା ଉପରେ ଚଢ଼ିଥିବା ଯୁବକ ମାନସିକ ରୋଗରେ ପୀଡିତ ଥିଲେ। ପାଇଲଟ ପ୍ରଥମେ ଜଣେ ଯୁବକଙ୍କୁ ବିମାନ ଆଡକୁ ଯାଉଥିବାର ଦେଖି କଣ୍ଟ୍ରୋଲ ଟାୱାରକୁ ଜଣାଇଥିଲେ। ଏହି ବିମାନଟି ଆମେରିକାର ପୋର୍ଟଲ୍ୟାଣ୍ଡକୁ ଉଡ଼ିବାର ଥିଲା। ଘଟଣା ପରେ ବିମାନଟିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା ଏବଂ ସବୁକିଛି ଠିକ୍ ଥିବା ଜଣାପଡିବା ପରେ ହିଁ ଉଡ଼ିବାକୁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe