ଆଖି ସାମ୍ନାରେ ଟ୍ରେନରେ କଟିଯିବା ଦେଖି ଜୀବନ ହାରିଲେ ସ୍ବାମୀ

Advertisment

କରୱାଚୌଥ ଦିନ ସ୍ବାମୀ ବିଳମ୍ବରେ ଘରେ ପହଞ୍ଚିବାରୁ ରାଗରେ ସ୍ତ୍ରୀ ଘରୁ ବାହାରି ଯାଇ ଟ୍ରେନ ସାମ୍ନାକୁ ଡେଇଁ ହାରିଦେଲେ ଜୀବନ। ସ୍ବାମୀ ବି ହାଟସ ଆପରେ ବାର୍ତ୍ତା ପଠାଇ ହାରିଲେ ଜୀବନ।

Updated On

କରୱାଚୌଥ ଦିନ ସ୍ବାମୀ ବିଳମ୍ବରେ ଘରେ ପହଞ୍ଚିବାରୁ ରାଗରେ ସ୍ତ୍ରୀ ଘରୁ ବାହାରି ଯାଇ ଟ୍ରେନ ସାମ୍ନାକୁ ଡେଇଁ ହାରିଦେଲେ ଜୀବନ। ସ୍ବାମୀ ବି ହାଟସ ଆପରେ ବାର୍ତ୍ତା ପଠାଇ ହାରିଲେ ଜୀବନ।

ଅଦ୍ୟତନ ହୋଇଛି
ear

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହରମାଡ଼ା ଥାନା ଅଞ୍ଚଳସ୍ଥ ଗ୍ରାମ ନାଙ୍ଗଲ ସିରସରେ ରବିବାର କରୱାଚୌଥ ଦିନ ସ୍ବାମୀ ବିଳମ୍ବରେ ଘରେ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ସ୍ବାମୀ ଘନଶ୍ୟାମଙ୍କ ଉପରେ ସ୍ତ୍ରୀ ମୋନିକା ରାଗି ଯାଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି ମୋନିକା ରାଗରେ ଘରୁ ବାହାରି ଚାଲିଯାଇଥିଲେ। 

ଘନଶ୍ୟାମ ସ୍ତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ  ମୋନିକାଙ୍କ ପଛରେ ଧାଇଁ ଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ଘରଠାରୁ ଅଳ୍ପକିଛି ଦୂରରେ ଥିବା ଟ୍ରେନଲାଇନରେ ମୋନିକା ଛିଡ଼ା ହୋଇଯାଇଥିଲେ । ଏହି ସମୟରେ ଧାରଣାରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇ ଆଗକୁ ବଢ଼ିଯାଇଥିଲା। 

ସ୍ତ୍ରୀଙ୍କ ମୃତ୍ୟୁକୁ ଆଖିସାମ୍ନାରେ ଦେଖି ସ୍ବାମୀ ଘନଶ୍ୟାମ ସ୍ଥାଣୁ ପାଲଟି ଯାଇଥିଲେ। ସେ କାହାକୁ କିଛି ନକହି ଘରକୁ ଆସି ଭାଇ ପାଖକୁ ହ୍ବାଟସ ଆପରେ ଏକ ବାର୍ତ୍ତା ପଠାଇ ଜୀବନ ହାରି ଦେଇଥିଲେ।

ଘନଶ୍ୟାମ ତାଙ୍କ ଭାଇଙ୍କ ପାଖକୁ ପଠାଇଥିବା ହ୍ବାଟସ ଆପ ବାର୍ତ୍ତା ଥିଲା ଏପରି ଭାଇ... ମୁଁ ହାରିଗଲି। ଗଣପତି ଓ ଘନଶ୍ୟାମ କଣ୍ଡେଲଙ୍କ ସହିତ କଥା ହୋଇଯିବ ସେମାନେ ତୁମର ସାହାଯ୍ୟ କରି ଦେବେ। ମୋର ଆଇଡିରେ ତୁମେ କାମ କରିବ। ମୋ ସ୍ତ୍ରୀର ଟ୍ରେନରେ କଟିଯିବାରୁ ମୃତ୍ୟୁ ହୋଇଯାଇଛି।’

ଏହି ମେସେଜ ଘନଶ୍ୟାମଙ୍କ ଭାଇ ପାଇବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସେତେବେଳକୁ ଘନଶ୍ୟାମ ଜୀବନ ହାରି ଦେଇଥିଲେ।

ପୁଲିସର ସୂଚନା ଅନୁସାରେ, ଘନଶ୍ୟାମ ନେଟୱାର୍କ କମ୍ପାନିରେ କାମ କରୁଥିଲେ। କରୱାଚୌଥ ଦିନ କାମ ଥିବା ହେତୁ ସେ ବିଳମ୍ବରେ ଘରେ ପହଞ୍ଚିଥିଲେ। ଯେଉଁକାରଣରୁ ତାଙ୍କ ସ୍ତ୍ରୀଙ୍କ ସହିତ ଘନଶ୍ୟାମଙ୍କ ଝଗଡ଼ା ଲାଗିଥିଲା। ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା କି ଘନଶ୍ୟାମଙ୍କ ସ୍ତ୍ରୀ ମୋନିକା ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିବା ପରେ ଘନଶ୍ୟାମ ବି ଜୀବନ ହାରି ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe