Photo Credit: BCCL
ମୁମ୍ବାଇ: ଗତ ମେ ମାସରେ ଜଣେ ବ୍ୟକ୍ତି ତାଙ୍କ ଘର ସାମ୍ନାରେ ଏକ ବିରାଡ଼ି ଦେହରେ ସ୍କ୍ରୁ ଡାଇଭର୍ ଗେଞ୍ଜି ହତ୍ୟା କରିଥିବା ଅଭିଯୋଗରେ ମହାରାଷ୍ଟ୍ରର ଏକ ଅଦାଲତ ତାଙ୍କୁ ୯,୧୫୦ ଟଙ୍କା ଜରିମାନା ଶୁଣାଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ୪୦ ବର୍ଷିଅ ସଞ୍ଜୟ ଗଦେ। ଜଣେ ପଶୁ ଅଧିକାର କାର୍ଯ୍ୟକର୍ତ୍ତା ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଅଦାଲତରେ ଶୁଣାଣି ସମୟରେ ଅଭିଯୁକ୍ତ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। ସଞ୍ଜୟଙ୍କ ବିରୋଧରେ ପଶୁ ହତ୍ୟା ସହ ପ୍ରମାଣ ନଷ୍ଟ ଅଭିଯୋଗକୁ ଭିତ୍ତିକରି ମୁମ୍ବାଇ ମାଜିଷ୍ଟ୍ରେଟ୍ କୋର୍ଟ ଏପରି ଶୁଣାଣି କରିଛନ୍ତି।
ସଞ୍ଜୟ ଜଣେ ଉଭୟ ଶାରୀରିକ ଓ ମାନସିକ ରୋଗୀ ହୋଇଥିବା କାରଣରୁ ଅଦାଲତା ତାଙ୍କୁ କୌଣସି ଦଣ୍ଡ ନ ଶୁଣାଇ କେବଳ ଜରିମାନା କରିଛନ୍ତି। ଯଦି ସେ ଜଣେ ସଂପୂର୍ଣ୍ଣ ସୁସ୍ଥ ମଣିଷ ହୋଇଥାନ୍ତେ ତେବେ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥାନ୍ତା।
Follow Us