କରୋନା ସଂକ୍ରମଣ ସମୟରେ ଦେଖନ୍ତୁ କିପରି ଜଣେ ବ୍ୟକ୍ତି ଗୋଟିଏ ବାଇକ୍‌ରେ ୫ଜଣ ପିଲାଙ୍କୁ ଧରି ଯାତ୍ରା କରୁଛନ୍ତି

କରୋନା ସଂକ୍ରମଣ ସମୟରେ ଦେଖନ୍ତୁ କିପରି ଜଣେ ବ୍ୟକ୍ତି ଗୋଟିଏ ବାଇକ୍‌ରେ ୫ଜଣ ପିଲାଙ୍କୁ ଧରି ଯାତ୍ରା କରୁଛନ୍ତି

Oneindia Gujarati

ଭରୁଚ: କରୋନା ସଂକ୍ରମଣ ସମୟରେ ଗୋଟିଏ ବାଇକରେ ଦୁଇରୁ ଅଧିକ ଲୋକ ବସି ଯାତ୍ରା କରି ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ ସୂଚିତ କରିଥିଲେ। ଯଦି ଗୋଟିଏ ବାଇକ୍‌ରେ ସ୍ୱାମୀ ଓ ସ୍ତ୍ରୀ ବ୍ୟତୀତ ପିଲା ବି ଯାତ୍ରା କରୁଥିବା ଦେଖିବାକୁ ମିଳେ ତେବେ ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଗୁଜୁରାଟରର ଭରୁଚ ରେଳଷ୍ଟେସନ ଅଞ୍ଚଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଗୋଟିଏ ବାଇକ୍‌ରେ ୫ଜଣ ପିଲା ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଛି। କରୋନା କଟକଣା ସମୟରେ ଜଣେ ବ୍ୟକ୍ତି ୫ଜଣ ପିଲାଙ୍କୁ ନେଇ ଯାତ୍ରା କରୁଥିବା ସହିତ ଟ୍ରାଫିକ୍‌ ନିୟମ ଭାଙ୍ଗି ଥିବାରୁ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଉକ୍ତ ବ୍ୟକ୍ତି ଜଣକ କେବଳ ଯେ ବାଇକ୍‌ରେ ୫ଜଣ ପିଲାଙ୍କୁ ନେଇ ଯାଉଥିଲେ ତାହା ନୁହେଁ, ବରଂ ସେ ଦ୍ରୁତ ଗତିରେ ରାସ୍ତାରେ ଗାଡ଼ି ଚଳାଇ ଯାଉଥିବା ବି ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଉକ୍ତ ବାଇକ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ଘଟଣା ରେଳ ଷ୍ଟେସନ ରାସ୍ତା ନିକଟସ୍ଥ ପାଞ୍ଚବତି ସଡ଼କରେ ଘଟିଛି। ଜଣେ ବ୍ୟକ୍ତି ଗୋଟିଏ ବାଇକ୍‌ରେ ୫ଜଣ ପିଲାଙ୍କୁ ବସାଇ ନେଇ ଯାଉଥିବା ଦେଖି କେହି ଜଣେ ଏହି ଘଟଣାର ଭିଡିଓକୁ ନିଜ ମୋବାଇଲ କ୍ୟାମେରାରେ କୈଦ କରି ଦେଇ ନେଇଥିଲେ। ତେବେ କିପରି ଟ୍ରାଫିକ ପୁଲିସ ଆଖିରେ ଧୂଳି ଦେଇ ଉକ୍ତ ବାଇକ୍‌ ଚାଳକ ଜଣକ ଏଭଳି କାମ କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe