ଯାତ୍ରୀଙ୍କ ଜୀବନ ସହିତ ଖେଳି ବସ ଚଲାଇ ଫୋନରେ ସିନେମା ଦେଖୁଛନ୍ତି ଚାଳକ

ଯାତ୍ରୀଙ୍କ ଜୀବନ ସହିତ ଖେଳି ବସ ଚଲାଇ ଫୋନରେ ସିନେମା ଦେଖୁଛନ୍ତି ଚାଳକ

ନୂଆଦିଲ୍ଲୀ: ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପିଏମପି ଚାଳକଙ୍କ ଏକ ଭିଡିଓ ‌ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଆଉ ଚାଳକଙ୍କ ଭିଡିଓ ଦେଖୁଦେଖୁ ଭାଇରାଲ ହୋଇଯାଇଥିଲା।

ସୂଚନାଯୋଗ୍ୟ, ପୁଣେ ମହାନଗର ନିଗମର ଚାଳକ ନିଜର ଫୋନରେ ସିନେମା ଲଗାଇ ଦେଖୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ସମୟରେ ବସ ବି ଚଲାଉଥିବା ନଜରକୁ ଆସିଛନ୍ତି। ତେବେ ଏଭଳି କାମ କରି ସେ ବସରେ ବସିଥିବା ଯାତ୍ରୀଙ୍କ ଜୀବନ ପ୍ରତି ଖେଳୁଥିବା ଅଭିଯୋଗ ହୋଇଛି।

ଏଥିସହିତ ଚାଳକଙ୍କ ଏଭଳି କାମ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କ‌ଠୋର ରୁ କଠୋର ଦଣ୍ଡ ଦେବା ପାଇଁ ଲୋକେ ଦାବି କରିଛନ୍ତି। କଠୋର ଦଣ୍ଡ ହେଲେ ଆଗକୁ କୌଣସି ବସ ଚାଳକ ଯାତ୍ରୀଙ୍କ ଜୀବନ ସହ ଖେଳିବା ପାଇଁ ସାହାସ କରିବେ ନାହିଁ।

ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପ‌ରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଚାଳକଙ୍କ ଏଭଳି କାମ ପାଇଁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ଏହି ଘଟଣାକୁ ନେଇ ପୁଲିସ କହିଛି, ‘ଆମ ହାତରେ ଏହି ଭିଡିଓ ଲାଗିଛି। ତୁରନ୍ତ ଉକ୍ତ ଚାଳକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ତେବେ ବସ ଚଲାଉଥିବା ବେଳେ ଏଭଳି ଫୋନରେ ସିନେମା ଦେଖିବା ଘଟଣାକୁ ନେଇ ଚାଳକ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe