Panda Security
ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ରହୁଥିବା ମନୀଷ ଚନ୍ଦ୍ର ବାଜପେୟୀ ୯୮,୦୦୦ଟଙ୍କା ଠକେଇର ଶିକାର ହୋଇଛନ୍ତି। କୌଣସି ରେଳ ଟିକେଟ୍ ବୁକ୍ ନ କରି ମଧ୍ୟ ତାଙ୍କ ଆକାଉଣ୍ଟରୁ କିଭଳି ଏତେ ଟଙ୍କା ଚାଲିଗଲା ସେ ନେଇ ଚିନ୍ତାରେ ମନୀଷ ଚନ୍ଦ୍ର ବାଜପେୟୀ। ଘଟଣା ପରେ ଏବେ ସେ ପୁଲିସରେ ଅଭିଯୋଗ କରିିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ।
ଘରୋଇ କମ୍ପାନିରେ ସେଲସ୍ ମ୍ୟାନେଜର ଭାବେ କାମ କରୁଥିବା ମନୀଷ ଚନ୍ଦ୍ର ବାଜପେୟୀଙ୍କ ଅଭିଯୋଗ ମୁତାବକ, ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ଏକ ଘରୋଇ ବ୍ୟାଙ୍କରେ ଜଏଣ୍ଟ ଆକାଉଣ୍ଟ ରହିଥିଲା। ସେହି ଆକାଉଣ୍ଟ ସହ ଦୁହିଁଙ୍କ ମୋବାଇଲ ନମ୍ବର ମଧ୍ୟ ଲିଙ୍କ କରାଯାଇଥିଲା। ଜାନୁଆରି ୨୫ରେ ମନୀଷଙ୍କ ପତ୍ନୀଙ୍କ ଫୋନକୁ ୮-୧୦ଟି ମେସେଜ ଆସିବା ସହ ଆକାଉଣ୍ଟରୁ ୯୮,୦୦୦ଟଙ୍କା କଟି ଯାଇଥିଲା। ଆଇଆରସିଟିସିରେ ଟିକେଟ୍ ବୁକ୍ କରିଥିବାରୁ ଟଙ୍କା କଟିଥିବାର ମେସେଜ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମନୀଷ। କାରଣ ସେ କୌଣସି ରେଳ ଟିକେଟ ବୁକ୍ କରି ନଥିଲେ। କେହି ଜଣେ କାର୍ଡର ବିବରଣୀ ଚୋରି କରି ଏଭଳି କରିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
Forbesତେବେ କିଛି ଦିନ ତଳେ ଆଇଆରସିଟିସି ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଠକାମିର ଶିକାର ନ ହେବା ପାଇଁ ଚେତାବନୀ ଦିଆଯାଇଥିଲା। ଏହା ସହ ଆଇଆରସିଟିସି ନାଁରେ କିଛି ଦୁର୍ବୃତ୍ତ ଠକେଇ କରୁଥିବା କହି ଲୋକଙ୍କୁ ସତର୍କ କରାଇଥିଲା ଆଇଆରସିଟିସି । ଏହାର କିଛି ଦିନ ପରେ ଏଭଳି ଘଟଣା ସାମ୍ନାକୁ ଆସିଛି।
Follow Us