ପାଞ୍ଚ ପତ୍ନୀଙ୍କ ଖର୍ଚ୍ଚ ତୁଲାଇବାକୁ ଚାକିରି ପ୍ରତିଶ୍ରୁତି ଦେଇ ପଚାଶ ମହିଳାଙ୍କୁ ଠକିଛନ୍ତି ଭୋପାଳ ଠକ ଦଳର ସର୍ଦ୍ଦାର

Advertisment
ପାଞ୍ଚ ପତ୍ନୀଙ୍କ ଖର୍ଚ୍ଚ ତୁଲାଇବାକୁ ଚାକିରି ପ୍ରତିଶ୍ରୁତି ଦେଇ ପଚାଶ ମହିଳାଙ୍କୁ ଠକିଛନ୍ତି ଭୋପାଳ ଠକ ଦଳର ସର୍ଦ୍ଦାର

Image Source: India Today

ଭୋପାଳ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍‌ସ୍‌) ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୫୦ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଠକିଥିବା ଦଳେ ଠକଙ୍କୁ ଭୋପାଳରେ ଠାବ କରିଛି ମଧ୍ୟପ୍ରଦେଶ ସ୍ପେସାଲ୍‌ ଟାସ୍କ ଫୋର୍ସ।

ରାଷ୍ଟ୍ରାୟତ ପ୍ରମୁଖ ଡାକ୍ତରଖାନା ‘ଏମ୍‌ସ୍‌’ରେ ନର୍ସ ଚାକିରି କରାଇ ଦେବେ କହି କେତେକ ବ୍ୟକ୍ତି ମହିଳାମାନଙ୍କୁ ଠକୁଥିବା ଅଭିଯୋଗ ମଧ୍ୟପ୍ରଦେଶ ପୁଲିସ ପାଇଥିଲା। ପରେ ଏହି ମାମଲା ଏସ୍‌ଟିଏଫ୍‌କୁ ହସ୍ତାନ୍ତର କରାଯାଇଥିଲା।

ତଦନ୍ତ ପରେ ଏସ୍‌ଟିଏଫ୍‌ ସେ ଠକ ଦଳର ସର୍ଦ୍ଦାର ଜବଲପୁର ବାସିନ୍ଦା ଦିଲ୍‌ସାଦ୍‌ ଖାଁ, ତାଙ୍କ ସହଯୋଗୀ ଭୋପାଳବାସୀ ଆଲୋକ କୁମାରଙ୍କୁ ଗିରଫ କରାଯାଇଛି।

ଏସ୍‌ଟିଏଫ୍‌ ଏଡିଜି ଅଶୋକ ଅଓ୍ଵସ୍ଥି କହିଛନ୍ତି, ଭୋପାଳ ଏମ୍‌ସ୍‌ରେ ନର୍ସ ଚାକିରି କରାଇ ଦେବେ କହି ଠକ ଦଳ ଏପର୍ଯ୍ୟନ୍ତ ୫୦ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଠକିଛନ୍ତି।

publive-image

ଦଳର ସର୍ଦ୍ଦାର ଦିଲ୍‌ସାଦ୍‌ ଖାଁଙ୍କର ପାଞ୍ଚଜଣ ପତ୍ନୀ ଅଛନ୍ତି।

ପଚରା ଉଚୁରାରୁ ଜଣାପଡ଼ିଛି ଯେ ଦିଲ୍‌ସାଦ ଖାଁଙ୍କର ପାଞ୍ଚଜଣ ପତ୍ନୀ ଅଛନ୍ତି ଏବଂ ସେମାନଙ୍କର ଖର୍ଚ୍ଚ ତୁଲାଇବାକୁ ସେ ଲୋକମାନଙ୍କୁ ଠକିବା ଆରମ୍ଭ କରିଥିଲେ। ଖାଁ ଆହୁରି କହିଥିଲେ କି, ତାଙ୍କ ପତ୍ନୀମାନଙ୍କ ମଧ୍ୟରୁ ଜଣେ ଜବଲପୁରରେ ଗୋଟାଏ ଘରୋଇ କ୍ଲିନିକ୍‌ ଚଳାନ୍ତି।

ଅନ୍ୟ ଅଭିଯୁକ୍ତ ଆଲୋକ କୁମାରଙ୍କ ପତ୍ନୀ ଗୋଟାଏ ସରକାରୀ ବାଳିକା ଛାତ୍ରୀନିବାସରେ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଛନ୍ତି।

ଯଦିବା ଦୁଇ ମହିଳା ଏହି ମାମଲା ସହ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ନୁହନ୍ତି, ତଥାପି ଏଥିରେ ସେମାନଙ୍କ ଭୂମିକା ସଂକ୍ରାନ୍ତରେ ପଚରା ଉଚୁରା କରାଯିବ।
ଏସ୍‌ଟିଏଫ୍‌ କହିଛି କି, ଚାକିରି ଖୋଜୁଥିବା ଶିକ୍ଷିତା ମହିଳାମାନଙ୍କୁ ଏହି ଠକ ଦଳ ଟାର୍ଗେଟ୍‌ କରୁଥିଲେ।

ସହର ଓ ଗାଁମାନଙ୍କରେ ଏମାନଙ୍କ ଠକାମିରେ ସରବ୍ୟ ହୋଇଥିବା ମହିଳାମାନଙ୍କୁ ଖୋଜି ବାହାର କରିବାକୁ ଏସ୍‌ଟିଏଫ୍‌ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe