NBC Chicago
ଅହମ୍ମଦାବାଦ୍: ନିଜ ପ୍ରେମିକାର ଭଲପାଇବା ପରଖିବାର ନିଶା ୨୩ ବର୍ଷିଅ ଯୁବକ ମେହୁଲ ଜୋଶୀଙ୍କୁ ମହଙ୍ଗା ପଡ଼ିଛି। ମେହୁଲ୍ ପ୍ରେମିକାର ଭଲପାଇବାକୁ ନେଇ ପ୍ରମାଣ ପାଇବା ପାଇଁ ନିଜକୁ ନିଜେ ଅପହରଣ କରାଇବା ପରେ ପୁଲିସ୍ ହାତରେ ଧରାପଡ଼ି ସତ ଓଗାଳିଛନ୍ତି। ମେହୁଲଙ୍କ ପ୍ରେମିକାଙ୍କ ଘର ଗୁଜୁରାଟର ରାଜକୋଟଠାରେ। ୧୮ ବର୍ଷୀୟା ଯୁବତୀ ପୁଲିସ୍ରେ ନିଜ ପ୍ରେମିକଙ୍କର ଅପହରଣ ହୋଇଥିବା ପୁଲିସ୍ ଅଭିଯୋଗ କରିବା ପରେ ପୁଲିସ୍ ଖୋଳତାଢ଼ କରିବାରୁ ସତ ପଦାକୁ ଆସିଛି।
Photo Credit: Getty Imagesମେହୁଲ୍ ଅଫିସ୍ ଯିବା ନାଁରେ ମଙ୍ଗଳବାର ଘରୁ ବାହାରି ଯାଇଥିଲେ ଯେ ଆଉ ଫେରିନଥିଲେ। ମୋବାଇଲ୍ରୁ ସିମ୍ ବଦଳାଇ ତାଙ୍କ ପ୍ରେମିକାଙ୍କୁ ଫୋନ୍ କରି ଭଏସ୍ ଚେଞ୍ଜର୍ ଆପ୍ ସାହାଯ୍ୟରେ ବ୍ଲାକ୍ମେଲ୍ କରିଥିଲେ। ପ୍ରେମିକାଙ୍କ ସାମ୍ନାରେ ନିଜରକୁ ଅପହରଣକାରୀର ପରିଚୟ ଦେଇଥିଲେ। ଯଦି ଗାନ୍ଧୀଧାମ ନିକଟରେ ୩ ଲକ୍ଷ ଟଙ୍କା ନେଇ ନପହଞ୍ଚ ତେବେ ନିଜ ପ୍ରେମିକର ମଳା ମୁହଁ ଦେଖିବ କହି ଯୁବତୀଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବତୀ ଜଣକ ଚତୁରୀ ବାହାରିଲେ। ସେ ବ୍ଲାକମେଲ୍ର କଥାରେ ଢଳିନଯାଇ ପୁଲିସ୍ରେ ଅଭିଯୋଗ ଲେଖାଇଲେ। ପୁଲିସ୍ ଯୁବକଙ୍କର ସତରେ ଅପହରଣ ହୋଇଛି ବୋଲି ଚିନ୍ତା କରି ଖୋଜାଖୋଜି କରିବାରୁ ଯୁବକ ମିଳିଥିଲେ ଓ ପ୍ରେମିକାଙ୍କ ପ୍ରେମ ପରଖିବାକୁ ଏପରି କରିଥିବା ନିଜେ ସ୍ୱୀକାର କରିଛନ୍ତି।
Follow Us