ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ମନରେ ଏକ ପ୍ରକାର ଭୟ ଜାତ ହୋଇଥାଏ। ତେବେ କିଛିଲୋକ ଅଛନ୍ତି ଯେଉଁମାନେ ସାପକୁ ଖେଳଣା ଭଳି ଧରି ଥାଆନ୍ତି। ସମୟସମୟରେ ଏହା ମଣିଷ ଜୀବନ ବି ନେଇ ଯାଇଥାଏ। ତେଣୁ ବନ୍ୟ ଜୀବଜନ୍ତୁ ପ୍ରତି ସର୍ବଦା ସତର୍କ ରହିବାକୁ ପରାମର୍ଶ ଦିଆଯାଇଥାଏ।
ନିକଟରେ ଗୁଡାଏ ସାପକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଜଣେ ଯୁବକ ଦୁଇହାତ ମୁଠାରେ ୬ଟି ବିଶାଳ ସାପକୁ ଦଉଡ଼ି ଭଳି ଧରିଛନ୍ତି। ଆଉ ସେମାନଙ୍କ ସହିତ ହସିହସି ଖୁବ ମଜାରେ ଖେଳୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟ ଜୀବଜନ୍ତୁଙ୍କୁ ଏପରି ହଇରାଣ କରିବା ଉଚିତ ନୁହେଁ।
ଆଉ କିଛିଜଣ କହିଛନ୍ତି, ଯୁବକ ଜଣକ ଏପରି କରି ନିଜ ଜୀବନ ସହିତ ଅନ୍ୟଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ବନ୍ୟଜନ୍ତୁଙ୍କ ସହିତ ଏଭଳି ଭିଡିଓ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ନଚେତ ଦିନକୁ ଦିନ ଏଭଳି ଅପରାଧ ବୃଦ୍ଧି ପାଇ ଚାଲିବ।
Follow Us