Image Source: Hindustan Times
ଗାଜିଆବାଦ: ମେ ୨୮ ତାରିଖ ଦିନ ଟ୍ରେନ୍ରେ ଯାତ୍ରା କରିବା ବେଳେ ଜଉନପୁର ପୁଲିସ ହାତରୁ ଖସି ଯାଇଥିବା ଜଣେ ୨୬ ବର୍ଷିୟ ବ୍ୟକ୍ତିଙ୍କୁ ପ୍ରାୟ ୭୫୦ କିଲୋମିଟର ଦୂରବର୍ତ୍ତୀ ଗୋଟାଏ ଢାବାରୁ ପରଟା ଖାଉଥିବା ବେଳେ ଗୁରୁବାର ଦିନ ଗିରଫ କରାଯାଇଛି। ରାପୁର୍ ରୋଡ୍ସ୍ଥିତ ଗୋଟାଏ ଢାବାରେ ସେ ପରଟା ଖାଉଛନ୍ତି ବୋଲି ଜଣେ ପୁଲିସ ସୂଚନାଦାତା ଦେଖିଥିଲେ।
ବ୍ୟକ୍ତିଜଣକ ଖସିଯିବା ପରେ ଜଣେ ସବ୍ଇନ୍ସ୍ ପେକ୍ଟର୍ ଏବଂ ଚାରି ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି।
ପୁଲିସ କହିବା ଅନୁସାରେ, ସାତ କୁଇଣ୍ଟାଲ୍ ଗଞ୍ଜାଇ ରଖିଥିବା ଅଭିଯୋଗ ପରେ ରିଙ୍କୁ ଯାଦବ ନାମକ ସେ ବ୍ୟକ୍ତିଙ୍କୁ ମାଉ ପୁଲିସ ତିନି ମାସ ତଳେ ଗିରଫ କରିଥିଲା। ସେ ସମ୍ପୃକ୍ତ ଥିବା ଗୋଟାଏ ନରହତ୍ୟା ମାମଲାର ଶୁଣାଣି ନିମନ୍ତେ ମେ ୨୭ ତାରିଖ ଦିନ ମାଉ ପୁଲିସ ତାଙ୍କୁ ଟ୍ରେନ୍ରେ ଔରାରିଆକୁ ନେଉଥିଲେ।
ମେ ୨୮ ତାରିଖ ଭୋର୍ ୪ଟାରେ ରିଙ୍କୁ ଶାହାଗଞ୍ଜ ରେଳବାଇ ଷ୍ଟେସନ୍ରେ ଓହ୍ଲାଇ ଖସି ପଳାଇଥିଲା। ପରେ ପରେ ତାଙ୍କୁ ଠାବ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ, ସେ ଆଉ ମିଳି ନ ଥିଲେ।
ପରେ ସେ ତା’ର କେତେକ ସହଯୋଗୀଙ୍କୁ ଭେଟିବାକୁ ଗାଜିଆବାଦରେ ପହଞ୍ଚିଥିଲା।
ସେ ପରଟା ଖାଉଥିବା ବେଳେ ସୂଚନାଦାତା ତାଙ୍କୁ ଚିହ୍ନିପାରି ପୁଲିସରେ ଖବର କରିଥିଲେ। ପୁଲିସ ଟିମ୍ ଅନୁସରଣ କରି ମଧୁବନ ବାପୁଧାମ ଅଞ୍ଚଳର ଗୋଟାଏ ପେଟ୍ରୋଲ୍ ପମ୍ପ୍ ଠାରେ ତାଙ୍କୁ ଗିରଫ କରିଥିଲା।
Follow Us