ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ: ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜେଲ୍‌ରେ ସଢ଼ିବ

Advertisment
ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ: ଶେଷ ନିଶ୍ବାସ ପର୍ଯ୍ୟନ୍ତ ଜେଲ୍‌ରେ ସଢ଼ିବ

Hindustan Times

ଛତିଶଗଡ଼: ନିଜର ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଛତିଶଗଡ଼ର ଏକ କୋର୍ଟ ଜ‌ୈନକ ୪୧ ବର୍ଷୀୟ ବ୍ୟକ୍ତିକୁ ସାରା ଜୀବନ ଜେଲ୍‌ରେ ରହିବାକୁ ଦଣ୍ଡାଦେଶ ଶୁଣାଇଛନ୍ତି। ନିଜ ଝିଅ ସହ ଏପରି ବର୍ବରତା କରିଥିବା କାରଣରୁ ଅଦାଲତ ତାଙ୍କ ପ୍ରତି ସାମାନ୍ୟ ବି ଉଦାର ନ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ଅଦାଲତ ଦଣ୍ଡାଦେଶ ଶୁଣାଣି ସହ ଦୁଷ୍କର୍ମକାରୀ ଉପରେ ୨୦ ହଜାର ୧୦୦ ଟଙ୍କାର ଜରିମାନା ବି ଲଗାଇଛନ୍ତି।

ଭାରତୀୟ ପିଙ୍ଗଳ କୋଡ ୩୭୬-ଏବି ଧାରା(୧୨ ବର୍ଷରୁ ସାନ ଝିଅଙ୍କୁ ଦୁଷ୍କର୍ମ) ଅନୁସାରେ ସ୍ବତନ୍ତ୍ର ବିଚାରପତି ଶୁଭ୍ରା ପଚୌରି ଶନିବାର ଅଭିଯୁକ୍ତକୁ ଦୋଷୀ ଘୋଷଣା କରିଛନ୍ତି। ଦୁ‌ଷ୍କର୍ମକାରୀର ଝିଅର ବୟସ ଯଦିଓ ଏବେ ୧୭ ବର୍ଷ, ନାବାଳିକା ଜଣକ ଦୀର୍ଘ ପାଞ୍ଚ ବର୍ଷ ତଳୁ ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସୁଥିବା ସୂଚନା ରହିଛି। ଦୁଷ୍କର୍ମକାରୀ ଜଣକ ନାବାଳିକା ଝିଅକୁ ନିଜ ଘରେ ହିଁ ଦୁଷ୍କର୍ମ କରୁଥିଲେ।

publive-image Deccan Herald

ସୂଚନା ରହିଛି ଯେ ପୀଡ଼ିତା ୨୦୧୪ ମସିହାରୁ ନିଜ ବାପା ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସୁଥିଲେ। ଚଳିତ ବର୍ଷ ଜୁନ୍‌ ମାସରେ ପୀଡ଼ିତା ଜଣକ ନିଜ ମାଆଙ୍କ ସହ ମିଶି ଡ୍ରଗ୍‌ ଜିଲ୍ଳାର ପୁଲଗାଓଁ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇବା ପରେ ଘଟଣା ସାମ୍ନାକୁ ଆସିଛି।

ପୀଡ଼ିତା ପୁଲିସ୍‌ରେ କହିଛନ୍ତି କି ତାଙ୍କ ବାପା ତାଙ୍କୁ ମାରିଦେବାର ଧମକ ଦେଉଥିବା କାରଣରୁ ସେ ପୂର୍ବରୁ ଅଭିଯୋଗ ଆଣିବାକୁ ସାହସ ବାନ୍ଧିପାରୁ ନଥିଲେ। ପୀଡ଼ିତା ୧୪ ବର୍ଷ ବୟସରୁ ଦୁଷ୍କର୍ମର ଶିକାର ହୋଇ ଆସୁଛନ୍ତି ବୋଲି ସେ ପୁଲିସ୍‌ରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe