ପୂର୍ବତନ ପ୍ରେମିକାଙ୍କ ନଗ୍ନ ଫଟୋ ଇଣ୍ଟର୍‌ନେଟ୍‌ରେ ଛାଡ଼ି ଯୁବକ ଗିରଫ

Advertisment
ପୂର୍ବତନ ପ୍ରେମିକାଙ୍କ ନଗ୍ନ ଫଟୋ ଇଣ୍ଟର୍‌ନେଟ୍‌ରେ ଛାଡ଼ି ଯୁବକ ଗିରଫ

ବାଙ୍ଗାଲୋର: ବାଙ୍ଗାଲୁରରେ ମ୍ୟାନେଜମେଣ୍ଟ୍‌ ଦ୍ୱିତୀୟ ବର୍ଷର ଛାତ୍ର ସୌଭିକ ଭବନ(୨୨) ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ପୂର୍ବତନ ପ୍ରେମିକାଙ୍କ ନଗ୍ନ ଫଟୋ ପୋଷ୍ଟ କରି ପୁଲିସ୍‌ ହାତରେ ଗିରଫ ହୋଇଛି। ଭବନଙ୍କ ସହିତ ତାଙ୍କ ପ୍ରେମିକା ସଂପର୍କ ଛିନ୍ନ କରି ଦେବାରୁ ସେ ପ୍ରତିଶୋଧ ନେବାକୁ ଏପରି କରିଥିବା ଜାଣିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଯୁବତୀଙ୍କ ଫଟୋ ଦେଖି ତାଙ୍କ କିଛି ବନ୍ଧୁ ତାଙ୍କୁ ଏ ସଂପର୍କରେ ଜଣାଇଥିଲେ। ପରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଭବନକୁ ଗିରଫ କରିଛି।

କେବଳ ସେତିକି ନୁହେଁ, ସୋସିଆଲ୍‌ ମିଡିଆରେ ଫାଟୋ ଦେବା ସହ ଭବନ ଆହୁରି ଧମକ ମଧ୍ୟ ଦେଇଛି ଯେ ଯୁବତୀ ଜଣକ ଯଦି ପୂର୍ବପରି ସଂପର୍କରେ ନ ରହନ୍ତି ତେବେ ସେ ଯୁବତୀଙ୍କ ପରିବାର ଲୋକେ ରହୁଥିବା ଅଞ୍ଚଳରେ ନେଇ ତାଙ୍କର ଘନିଷ୍ଠ ମୁହୂର୍ତ୍ତର ଫଟୋ ଓ ଭିଡିଓ ସବୁ ପ୍ରଘଟ କରିଦେବ। ଏପରିକି ଅଭିଯୁକ୍ତ ଜଣକ ଉକ୍ତ ଯୁବତୀଙ୍କ ଫୋନ୍‌ ନମ୍ବର ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଦେଇ ସେଇ ଫଟୋ ଉପରେ ତାଙ୍କୁ କଲ୍‌ ଗାର୍ଲ ବୋଲି ଉଲ୍ଲେଖ କରିଥିଲା। ଫଟୋଟି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ ହେବା ପରେ ରାତିରେ ଯୁବତୀଙ୍କ ନିକଟକୁ ବହୁ ଫୋନ୍‌ ଆସିଥିଲା। କେତେକ ଫୋନ୍‌ ଯୋଗେ ତାଙ୍କୁ ରାତିକର ଦର ମଧ୍ୟ ପଚାରିଥିଲେ। ଭବନ ଯୁବତୀଙ୍କର ୨୦ଟି ନଗ୍ନ ଫଟୋ ପୋଷ୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe