ନାବାଳିକାଙ୍କୁ ନୂଆ ପୋଷାକ କିଣି ଦେବା ପ୍ରଲୋଭନ ଦେଖାଇ ଯୌନ ‌‌ଶୋଷଣ କରିିଥିବା ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ନୂଆ ପୋଷାକ କିଣି ଦେବା ପ୍ରଲୋଭନ ଦେଖାଇ ଯୌନ ‌‌ଶୋଷଣ କରିିଥିବା ଅଭିଯୁକ୍ତ ଗିରଫ

www.indiatoday.in

ନୂଆଦିଲ୍ଳୀ: ବୁଧବାର ଦିନ ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୨୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ବାସିନ୍ଦା ସଲିମ ଅହମ୍ମଦ ବୋଲି ଜଣାପଡିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ରବିବାର ଦିନ ପୀଡ଼ିତା ନଅ ବର୍ଷୀୟା ନାବାଳିକା ଜଣକ କିଛି କିଣିବା ପାଇଁ ଘରୁ ବାହାରକୁ ଆସିଲା ଯେତେବେଳେ ଅଭିଯୁକ୍ତ ଅହମ୍ମଦ ତାଙ୍କୁ ନୂଆ ପୋଷାକ କିଣି ଦେବାର ପ୍ରଲୋଭନ ଦେଖାଇ ଥିଲେ। ଝିଅଟି ତାଙ୍କ ସହ ଯାଇ ‌ଯୌନ ନିର୍ଯାତନାର ଶିକାର ହୋଇଥିବା ପୁଲିସ୍‌ ସୂଚନା ଦେଇଛି।

ନାବାଳିକା ଜଣକ ଘରକୁ ଫେରି ସମସ୍ତ କଥା ନିଜ ବାପାମାଆଙ୍କ ଆଗରେ କହିବା ପରେ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୁଲିସ୍‌ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରିବା ପରେ ସେ ଯୌନ ଶୋଷଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି।

ପୁଲିସ୍‌ ଆଇପିସିର ଧାରା ୩୬୩ ଓ ୩୭୪ ଅଧୀନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe