ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ଫୋନ୍‌ କରି ବିବାହ ପ୍ରସ୍ତାବ ସହ ଅପହରଣ ଧମକ ଦେଇଥିବା ବ୍ୟକ୍ତି ଗିରଫ

Advertisment
ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ଫୋନ୍‌ କରି ବିବାହ ପ୍ରସ୍ତାବ ସହ ଅପହରଣ ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: କ୍ରିକେଟ୍‌ ଜଗତର ବାଦ୍‌ଶାହା ସଚିନ ତେନ୍ଦୁଲକର୍‌ଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ପଶ୍ଚିମବଙ୍ଗର ଜଣେ ୩୨ ବର୍ଷିଅ ଯୁବକ ବାରମ୍ବାର ଫୋନ୍‌ କରି ହଇରାଣ କରିଥିବା ଅଭିଯୋଗରେ ତାଙ୍କୁ ବାନ୍ଦ୍ରା ପୁଲିସ୍‌ ଗିରଫ କରିଛି। ଯୁବକ ଜଣ ସାରାଙ୍କୁ ଫୋନ୍‌ କରି ବିବାହ ପ୍ରସ୍ତାବ ଦେବା ସହ ଅପହରଣ ଧମକ ମଧ୍ୟ ଦେଇଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଦେବକୁମାର ମାଇତି। ଅଭିଯୋଗ ହୋଇଛି ଯେ ଦେବକୁମାର ସଚିନଙ୍କ ଘର ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ଲଗାତର ୨୦ଟି ଫୋନ୍‌ କଲ୍‌ କରି ସାରାଙ୍କୁ ପ୍ରେମ କରନ୍ତି ବୋଲି କହିଥିଲେ। ସାରା ବାନ୍ଦ୍ର ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ମାମଲା ଜୋର୍‌ ଧରିଛି।

ଏ ସଂପର୍କରେ ଅଭିଯୁକ୍ତ ଜଣକ ପୁଲିସ୍‌କୁ କହିଛନ୍ତି, ‘ମ୍ୟାଚ୍‌ ଚାଲିଥିବା ସମୟରେ ମୁଁ ସାରାଙ୍କୁ ପ୍ରଥମେ ଟିଭିରେ ଦେଖିଲି। ମୋର ତାଙ୍କ ପ୍ରତି ପ୍ରେମ ହୋଇଗଲା। ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ। ଯଦି ସେ ଭଲରେ ମୋତେ ବିବାହ ନକରନ୍ତି ତେବେ ମୁଁ ତାଙ୍କୁ ଅପହରଣ କରିବି।’

publive-image

ଅଭିଯୁକ୍ତଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ଯେ ସେ ଜଣେ ମାନସିକ ରୋଗୀ। ଏପରିକି ଘରେ ନିଜ ବାପାମାଆଙ୍କୁ ମଧ୍ୟ ସେ ନିର୍ଯାତନା ଦିଅନ୍ତି। ନିକଟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛି। ଗତ ୮ ବର୍ଷ ହେବ ସେ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଛନ୍ତି।

ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ଘରୁ ତାଙ୍କର ଏକ ଡାଏରି ଜବତ କରିଛି। ସେହି ଡାଏରିରେ ସେ ସାରାଙ୍କୁ ନିଜ ପତ୍ନୀ ବୋଲି ଲେଖିଛନ୍ତି। ବାସ୍ତବରେ ସେ ଜଣେ ମାନସିକ ରୋଗୀ କି ନୁହଁନ୍ତି ତାହା ପୁଲିସ୍‌ ତଦନ୍ତ କରିବ। ତେବେ, ସେ ତେନ୍ଦୁଲକରଙ୍କ ଘର ନମ୍ବର କେମିତି ସଂଗ୍ରହ କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe