ଲୋକଲଜ୍ଜାକୁ ଡ଼ରି ୟୁଟ୍ୟୁବ ଦେଖି ପ୍ରେମିକାର ଗର୍ଭପାତ କରୁଥିଲା ପ୍ରେମିକ, ତା’ ପରେ....

Advertisment
ଲୋକଲଜ୍ଜାକୁ ଡ଼ରି ୟୁଟ୍ୟୁବ ଦେଖି ପ୍ରେମିକାର ଗର୍ଭପାତ କରୁଥିଲା ପ୍ରେମିକ, ତା’ ପରେ....

timesnownews.com

ଚେନ୍ନାଇ: ୟୁଟ୍ୟୁବର ସହାୟତା ନେଇ ଜଣେ ଯୁବକ ନିଜ ପ୍ରେମିକାର ଗର୍ଭପାତ କରିବାକୁ ଚେଷ୍ଟା କରିଥିବ‌ାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣଙ୍କ ନିଜ ପ୍ରେମିକା ସହ ଶାରୀରିକ ସଂପର୍କ ରଖୁଥିବା ବେଳେ ସେ ଗର୍ଭବତୀ ହୋଇଯିବେ ବୋଲି ଭାବି ନଥିଲେ। ହଠାତ୍ ପ୍ରେମିକା ଗଭର୍ବତୀ ହୋଇଥିବା ଜାଣି ସେ ଡାକ୍ତରଖାନା ନନେଇ ନିଜେ ଗର୍ଭପାତ କରାଇବେ ବୋଲି ମନସ୍ଥ କରିଥିଲେ। ଗୁରୁବାର ଅଭିଯୁକ୍ତ ପୀଡ଼ିତାଙ୍କର ଗର୍ଭପାତ କରାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗର୍ଭରୁ ଭ୍ରୁଣକୁ ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ଭ୍ରୁଣର ହାତ ଭାଙ୍ଗି ଦେଇଥିଲେ। ଯାହାପରେ ଗର୍ଭବତୀ ପୀଡ଼ିତାଙ୍କର ରକ୍ତସ୍ରାବ ହେବା ସହ ତାଙ୍କ ଗର୍ଭରେ ଥିବା ଭ୍ରୁଣଟି ନଷ୍ଟ ହୋଇଯାଇଥିଲା। ଅଧିକ ରକ୍ତସ୍ରାବ ହେବା ପରେ ଅଭିଯୁକ୍ତଜଣକ ତୁରନ୍ତ ପୀଡ଼ିତାଙ୍କୁ ତାଙ୍କ ମୋଟରସାଇକେଲରେ ଘଟଣାସ୍ଥଳରୁ ପ୍ରାୟ ୨୫କିଲୋମିଟର ଦୂରରେ ଥିବା ସରକାରୀ ପୋନେରୀ ଡାକ୍ତରଖାନାକୁ ନେଇଥିଲେ। ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଡାକ୍ତରଖାନାର ଚିକିତ୍ସକମାନେ ଘଟଣା ବିଷୟରେ ପୁଲିସକୁ ଜଣାଇବା ସହ ପୀଡ଼ିତାଙ୍କୁ ଚେନ୍ନାଇରେ ଥିବା ରୋୟାପୁରମ୍ ଜିଏଚ ହସ୍ପିଟାଲକୁ ପଠାଇଥିଲେ।

Image result for Man impregnates teenage girlfriend, aborts foetus by watching YouTube videos Times Now

ପୁଲିସର କହିବା ମୁତାବକ, ଅଭିଯୁକ୍ତ ଏବଂ ପୀଡ଼ିତା ଗର୍ଭଧାରଣ ବିଷୟରେ ନିଜ ନିଜର ପରିବାରକୁ ଜଣାଇବାକୁ ଚାହୁ ନଥିଲେ। ଯାହା ପରେ ଅଭିଯୁକ୍ତ ନିଜେ ୟୁଟ୍ୟୁବ ସାହାଯ୍ୟରେ ଗର୍ଭପାତ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ପୀଡ଼ିତାଙ୍କୁ ଏକ କାଜୁ ବଗିଚାକୁ ନେଇ ସେଠାରେ ତାଙ୍କର ଗର୍ଭପାତ କରାଇବା ପାଇଁ ଚେଷ୍ଟା କରିଥିଲା ଅଭିଯୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe