ଏକ ବର୍ଷ ଧରି ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗିରଫ ହେଲା ଦୁଷ୍କର୍ମକାରୀ

Advertisment
ଏକ ବର୍ଷ ଧରି  ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗିରଫ ହେଲା ଦୁଷ୍କର୍ମକାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଘଟିଥିବା ଏକ ଜଘନ୍ୟ ଅପରାଧ ଏବେ ଲୋକଲୋଚନକୁ ଆସିଛି। ଜନୈକା ନାବାଳିକାକୁ ଦୀର୍ଘ ପ୍ରାୟ ଏକବର୍ଷ କାଳ ଧରି ଦୁଷ୍କର୍ମ କରିବା ସହ ତାକୁ ବ୍ଲାକ୍‌ମେଲ କରୁଥିବା ଅଭିଯୋଗରେ ରାମପୁର ଥାନା ପୁଲିସ୍‌ ସଂପୃକ୍ତ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାମପୁର ଅଞ୍ଚଳରେ ରହୁଥିବା ଜନୈକ ଯୁବକ ସେହି ଗ୍ରାମର ଜନୈକା ନାବାଳିକାକୁ ପ୍ରାୟ ବର୍ଷକ ତଳେ ବଳପୂର୍ବକ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ସମୟର ଭିଡିଓ ଚିତ୍ର ନିଜ ମୋବାଇଲ୍‌ ଫୋନ୍‌ରେ ଉଠାଇ ରଖିଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ସଂପୃକ୍ତା ନାବାଳିକାକୁ ଦେଖାଇ ତା’କୁ ବ୍ଲାକ୍‌ମେଲ୍‌ କରିବା ସହ ପ୍ରାୟ ଏକ ବର୍ଷ ଧରି ତାକୁ ଦୁଷ୍କର୍ମ କରି ଚାଲିଥିଲା। ଆଉ ନାବାଳିକାଟି ତାକୁ ଯେତେବେଳେ ନେହୁରା ହୋଇ ଏଥିରୁ ବିରତ ରହିବାକୁ ଅନୁରୋଧ କରୁଥିଲା, ସେତେବେଳେ ଦୁଷ୍କର୍ମକାରୀ ଦୁଷ୍କର୍ମର ଭିଡିଓ ଚିତ୍ରକୁ ଇଣ୍ଟରନେଟ୍‌ରେ ଅପ୍‌ଲୋଡ୍‌ କରଦେବାର ଭୟ ଦେଖାଉଥିଲା। ଏଥିରେ ଭୟଭୀତ ହେବା ସହ ଲୋକ ଲଜ୍ଜା ଓ ସମାଜକୁ ଡରି ନାବାଳିକାଟି ନିରବ ରହୁଥିଲା।

ତେବେ, ବ୍ଲାକ୍‌ମେଲ୍‌ କରିବା ଆଳରେ ଦୁଷ୍କର୍ମକାରୀର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିବାରୁ ଶେଷରେ ନାବାଳିକାଟି ଅନୋନ୍ୟପାୟ ହୋଇ ଘଟଣା ସଂପର୍କରେ ଗତ ଶନିବାର ରାମପୁର ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲା। ନାବାଳିକା ଠାରୁ ଅଭିଯୋଗ ପାଇବା ପରେ ରାମପୁର ଥାନା ପୁଲିସ୍‌ ନାବାଳିକାକୁ ଡାକ୍ତରୀମଇନା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣାରେ ସଂପୃକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe