ଦେଖନ୍ତୁ କିପରି ଭଡ଼ା ଦେବା ଭୟରେ ଚଳନ୍ତା ଟ୍ରେନରୁ ଝରକା ଦେଇ ଡେଇଁ ପଡ଼ୁଛନ୍ତି ଯାତ୍ରୀ

Advertisment
ଦେଖନ୍ତୁ କିପରି ଭଡ଼ା ଦେବା ଭୟରେ ଚଳନ୍ତା ଟ୍ରେନରୁ ଝରକା ଦେଇ ଡେଇଁ ପଡ଼ୁଛନ୍ତି ଯାତ୍ରୀ

https://ndtv.in/zara-hatke

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ‌ଲୋକେ ଟ୍ରେନରେ ଷ୍ଟଣ୍ଟ ଦେଖାଉଥିବାର ବିଭିନ୍ନ ଭିଡିଓ ପୋଷ୍ଟ ହୋଇଛି। ତେବେ ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ବ୍ୟକ୍ତି ଜଣକ ଷ୍ଟଣ୍ଟ ଦେଖାଉଛନ୍ତି ବୋଲି ଆପଣମାନେ ଭାବୁ ଥାଇ ପାରନ୍ତି। କିନ୍ତୁ ବାସ୍ତବରେ ଘଟଣା ତାହା ନୁହେଁ।

ଅସଲରେ ଟ୍ରେନରେ ବସି ଯାତ୍ରା କରୁଥିବା ବ୍ୟକ୍ତି ଜଣକ ଟ୍ରେନ ଭଡ଼ାରୁ ବଞ୍ଚିବା ପାଇଁ ଏଭଳି ଏକ ଅଜବ ଉପାୟ ଆପଣାଇଥି‌ଲେ।

ଭିଡିଓରେ ଦେଖି ପାରୁଥିବେ ଟ୍ରେନଟି ଚାଲୁଛି। ଆଉ ଏହି ସମୟରେ ଟ୍ରେନ ଟିକେଟ କଲେକ୍ଟର ଜଣକ ପରେ ଜଣକଙ୍କ ପାଖକୁ ଯାଇ ଟିକେଟ ଯାଞ୍ଚ କରୁଛନ୍ତି।  ଏହି ସମୟରେ ଯେମିତି ହିଁ ଟିକେଟ କଲେକ୍ଟର ଟିକେଟ ଦେଖିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛନ୍ତି, କେହି କିଛି ବୁଝିବା ପୂର୍ବରୁ ସେ ତୁରନ୍ତ ଚଳନ୍ତା ଟ୍ରେନ ଝରକାରୁ ଡେଇଁ ପଡ଼ୁଛନ୍ତି। ତେବେ ଏହି ଘଟଣାଟି ଭାରତରେ ନୁହେଁ, ୟୁକ୍ରେନର ଚର୍କାସି ଓବ୍ଲାଷ୍ଟରେ ଘଟିଥିବା କୁହାଯାଉଛି।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଏଯାବତ ୬ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। କିଛି ଲୋକ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ବି ହୋଇଯାଉଛନ୍ତି।

ସୋ‌ସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଯଦି ଚଳନ୍ତା ଟ୍ରେନରୁ ଡେଇଁବା ସମୟରେ କିଛି ଦୁର୍ଘଟଣା ଘଟି ଥାଆନ୍ତା ତେବେ ଉକ୍ତ ବ୍ୟକ୍ତିଙ୍କ କ’ଣ ହୋଇଥାଆନ୍ତା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe