ପୋଷା କୁକୁର ପାଇଁ ମାଲିକ ସାଜିଲା ହତ୍ୟାକାରୀ

ପୋଷା କୁକୁର ପାଇଁ ମାଲିକ ସାଜିଲା ହତ୍ୟାକାରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୋଷା କୁକୁର ପାଇଁ ମାଲିକା ସାଜିଲା ହତ୍ୟାକାରୀର ଏକ ଘଟଣା ସାମ୍ନାକୁ ଆସିଛି। ଏକ ଗାଡ଼ି ଧକ୍କାରେ କୁକୁରକୁ ସାମାନ୍ୟ ଆଘାତ ଲାଗିଥିଲା । ମାଲିକ କୁକୁରର ଏହି ଆଘାତ ସହି ନପାରି ଧକ୍କା ଦେଇଥିବା ଡ୍ରାଇଭରକୁ ଘୋଷାଡି ଘୋଷାଡି ଛୁରୀ ଭୂଷି ହତ୍ୟା କରିଥିଲା।

ସୂଚନାଯୋଗ୍ୟ, ଦିଲ୍ଳୀର ଅମନ ନଗରରେ ବସବାସ କରୁଥିବା ବିଜେନ୍ଦ୍ର ରାଣା (୪୦)ଭ୍ୟାନ ଚଳାଉଥିଲେ। ତାଙ୍କ ଭ୍ୟାନ ଧକ୍କାରେ ଏକ କୁକୁରକୁ ଆଘାତ ଲାଗିଥିଲା। ଏହାକୁ ଦେଖି କୁକୁରର ମାଲିକ ରାଗିଯାଇଥିଲେ । ପରିବାରର ୩ଜଣଙ୍କ ସହ ମିଶି ବିଜେନ୍ଦ୍ର ରାଣା ଓ ତାଙ୍କ ଭାଇ ରାଜେଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ କୁକୁର ମାଲିକ ଅଙ୍କିତ । ଫଳରେ ଘଟଣାସ୍ଥଳରେ ବିଜେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ରାଜେଶ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି।

ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତ ଅଙ୍କିତ, ତା’ର ଭାଇ ପାରସଙ୍କୁ ପୁଲିସ ଖୋଜାଖୋଜି ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe