ସହରୀ ଜୀବନଶୈଳୀକୁ ଗ୍ରହଣ ନକରି ପାରିବାରୁ ନାବାଳିକାକୁ ପୋଷ୍ୟ ପିତାଙ୍କ ହତ୍ୟା ଅଭିଯୋଗ, ପୁଲିସ୍‌ ସହାୟତା ନେଲେ ଜନ୍ମକଲା ମାଆ

Advertisment
ସହରୀ ଜୀବନଶୈଳୀକୁ ଗ୍ରହଣ ନକରି ପାରିବାରୁ ନାବାଳିକାକୁ ପୋଷ୍ୟ ପିତାଙ୍କ ହତ୍ୟା ଅଭିଯୋଗ, ପୁଲିସ୍‌ ସହାୟତା ନେଲେ ଜନ୍ମକଲା ମାଆ

Photo Credit: IANS

ଥାନେ: ମହାରାଷ୍ଟ୍ରର ଥାନେଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ତାଙ୍କ ୯ ବର୍ଷର ପୋଷ୍ୟ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁଟି ସହରୀ ଜୀବନଶୈଳୀକୁ ଆପଣେଇ ନପାରିବାରୁ  ‌ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତି ତା’ର ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶିଶୁଟି ଦମ୍ପତିଙ୍କ ଝିଆରୀ। ତାକୁ ସେମାନେ ସରକାରୀ ସ୍ବୀକୃତି ବିନା ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଘଟଣାଟି ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ନାବାଳିକାର ନିଜ ମାଆ ପୁଲିସ୍‌ ‌ଷ୍ଟେସନ୍‌ରେ ଅଭିଯୋଗ ଆଣିଲେ। ନାବାଳିକା ସହ ପ୍ରାୟ ୧ ସପ୍ତାହ ଧରି କଥାବାର୍ତ୍ତା ହୋଇନପାରିବା କାରଣରୁ ଝିଅଟିର ଜନ୍ମକଲା ମାଆ ପୁଲିସ୍‌ରେ ପୋଷ୍ୟ ବାପାମାଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ୯ ବର୍ଷୀୟା ନାବାଳିକା କନ୍ୟାକୁ ତା’ର ୩୮ ବର୍ଷର ପୋଷ୍ୟ ବାପା ହତ୍ୟା କରିଛନ୍ତି। ପୁଳିସ୍‌ ତଦନ୍ତ କରି ଆହୁରି ବି ଜାଣିବାକୁ ପାଇଛି ଯେ କୁନି ଝିଅଟି ସହରୀ ଚାଲିଚଳନ ଆପଣେଇ ନପାରିବା କାରଣରୁ ନୁହେଁ ବରଂ ନିଜର କପଡ଼ା ମଇଳା କରି ଦେଇଥିବା କାରଣରୁ ତାକୁ ତା’ର ପୋଷ୍ୟ ବାପାମାଆ ହତ୍ୟା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe