ପାରିବାରିକ କଳହ ପାଇଁ ମା’ ଓ ୪ଭଉଣୀଙ୍କୁ ହତ୍ୟା କଲା ଯୁବକ

ପାରିବାରିକ କଳହ ପାଇଁ ମା’ ଓ ୪ଭଉଣୀଙ୍କୁ ହତ୍ୟା କଲା ଯୁବକ। ପ୍ରାଥମିକ ତଦନ୍ତ ସମୟରେ ବ୍ୟକ୍ତି ଜଣକ ପାରିବାରିକ ବିବାଦ ଯୋଗୁଁ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛି। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କହିଛି ପୁଲିସ।

tcrimee

ଲକ୍ଷ୍ନୌ: ପାରିବାରିକ କଳହ ପାଇଁ ମା’ ଓ ୪ଭଉଣୀଙ୍କୁ ହତ୍ୟା କଲା ଯୁବକ। ପ୍ରାଥମିକ ତଦନ୍ତ ସମୟରେ ବ୍ୟକ୍ତି ଜଣକ ପାରିବାରିକ ବିବାଦ ଯୋଗୁଁ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏଭଳି ହୃଦୟଥରା ଘଟଣା। ଅଭିଯୁକ୍ତର ନାମ ଅର୍ଶଦ(୨୪) ହୋଇଥିବା ବେଳେ ମୃତକମାନେ ହେଲେ ଆଲିଆ (୯), ଅଲସିଆ (୧୯), ଆକ୍ସା (୧୬) ଏବଂ ରହମିନ (୧୮) ଓ ଅର୍ଶଦଙ୍କ ମା’ ଆସମା।

କେନ୍ଦ୍ରୀୟ ଲକ୍ଷ୍ନୌର ଡେପୁଟି ପୁଲିସ କମିଶନର (ଡିସିପି) ରବୀନା ତ୍ୟାଗୀ କହିଛନ୍ତି ଯେ, ଏହି ଘଟଣା ଲକ୍ଷ୍ନୌର ନାକା ଅଞ୍ଚଳରେ ଥିବ‌ା ହୋଟେଲ ଶରଣଜିତରେ ଘଟିଛି। ଡିସିପି ତ୍ୟାଗୀ କହିଛନ୍ତି, ଅର୍ଶଦ ଏଭଳି ଅପରାଧ କରିବା ପରେ ତାକୁ ତୁରନ୍ତ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏବେ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟିକିନିକି ଯାଞ୍ଚ କରୁଛି। ପାଖରେ ଥିବା ହୋଟେଲ କର୍ମଚାରୀଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯାଉଛି। ଯେକୌଣସି ତଥ୍ୟ ସାମ୍ନାକୁ ଆସିବା ମାତ୍ରେ ଗଣମାଧ୍ୟମ ସହିତ ସେୟାର କରାଯିବ। ପାରିବାରିକ କଳହ ପାଇଁ ଅଭିଯୁକ୍ତ ଏଭଳି କରିଥିବା କହିଛି। ଏବେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe