ଚତୁର୍ଥ ଥର ମଧ୍ୟ ଝିଅ ଜନ୍ମ ହେବାରୁ ୩ ଝିଅଙ୍କୁ କୂଅକୁ ଠେଲି ଦେବା ସହ ଆତ୍ମହତ୍ୟା କଲା ବାପା

Advertisment
ଚତୁର୍ଥ ଥର ମଧ୍ୟ ଝିଅ ଜନ୍ମ ହେବାରୁ ୩ ଝିଅଙ୍କୁ କୂଅକୁ ଠେଲି ଦେବା ସହ ଆତ୍ମହତ୍ୟା କଲା ବାପା

Times Now

ରାଜକୋଟ: ଜଣେ ଗ୍ରାମରକ୍ଷୀ  ନେଇଥିବା ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଅ ଆଶା କରିଥିବା ବେଳେ ଚତୁର୍ଥ ଥର ମଧ୍ୟ ତାଙ୍କ ପତ୍ନୀ ଶିଶୁ କନ୍ୟାକୁ ଜନ୍ମ ଦେବାରୁ ରାଗିଯାଇ ସେ ନିଜର ତିନି ଝିଅଙ୍କୁ କୂଅକୁ ଠେଲି ଦେବା ସହ ନିଜେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କୁ ଗ୍ରାମରକ୍ଷୀଙ୍କ ଏଭଳି କାମ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତଙ୍କ ନାଁ ରଶିକ୍ ସୋଲାଙ୍କି ବୋଲି ଜଣାପଡ଼ିଛି।

publive-image

ସୂଚନା ମୁତାବକ, ରଶିକଙ୍କ ବିବାହ ୧୦ବର୍ଷ ପୂର୍ବେ ହୋଇଥିବା ବେଳେ ବିବାହ ପରେ ତାଙ୍କ ପତ୍ନୀ ୩ଟି ଶିଶୁକନ୍ୟା ଜନ୍ମ ଦେଇଥିଲେ। ଚତୁର୍ଥ ଥର ପତ୍ନୀ ଗର୍ଭବତୀ ହେବା ପରେ ଏଥର ପୁଅ ହେବ ବୋଲି ଭାବି ବଡ଼ ବଡ଼ ସ୍ବପ୍ନ ଦେଖିଥିଲେ ରଶିକ୍। କିନ୍ତୁ ଦୁଇ ସପ୍ତାହ ତଳେ ପତ୍ନୀଙ୍କ ପ୍ରସବ କରାଯିବା ପରେ ଚତୁର୍ଥ ଥର ମଧ୍ୟ ତାଙ୍କର ଝିଅ ହୋଇଥିଲା। ଏହି ଘଟଣାରେ ନିରାଶ ହୋଇ ଯାଇଥିଲେ ରଶିକ୍। ଦୁଇ ଦିନ ପୂର୍ବେ ରଶିକଙ୍କ ପତ୍ନୀ ନବଜାତକୁ ନେଇ ନିଜ ବାପ ଘରକୁ ଯାଇଥିବା ବେଳେ ରଶିକ୍ ଘରେ ଥିବା ତିନି ଝିଅଙ୍କୁ ଗାଡ଼ିରେ ବସାଇ ଗାଁରେ ଥିବା ଏକ କୂଅ ପାଖରେ ପହଞ୍ଚିଥିଲେ। ସେଠାରେ ତିନି ଜଣଙ୍କୁ କୂଅକୁ ଠେଲି ଦେବା ସହ ପାଖରେ ଥିବା ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe