ଏମିତି ବି ହୁଏ... ନିର୍ବାଚନ ଲଢିବା ପାଇଁ ସାଙ୍ଗକୁ ପତ୍ନୀ ଉଧାର ଦେଲା ସାଙ୍ଗ ! ଚୁକ୍ତି ମୁତାବକ ପତ୍ନୀକୁ ଫେରାଇଲା ନାହିଁ ସାଙ୍ଗ; ମାମଲା ଏବେ ଅଦାଲତରେ

Advertisment
ଏମିତି ବି ହୁଏ... ନିର୍ବାଚନ ଲଢିବା ପାଇଁ ସାଙ୍ଗକୁ ପତ୍ନୀ ଉଧାର ଦେଲା ସାଙ୍ଗ ! ଚୁକ୍ତି ମୁତାବକ ପତ୍ନୀକୁ ଫେରାଇଲା ନାହିଁ ସାଙ୍ଗ; ମାମଲା ଏବେ ଅଦାଲତରେ

orissapost.com

ଲକ୍ଷ୍ନୌ : ରାଜନୀତିରେ ପଦପଦବିର ଲାଳସା ମଣିଷକୁ ଏତେ ତଳକୁ କରିଦିଏ ଯେ ସେ ହିତାହିତ ଜ୍ଞାନ ହରାଇ ବସେ। ଏହି ଭଳି ଏକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ନିର୍ବାଚନ ଲଢିବା ପାଇଁ ଜଣେ ନିଜ ସାଙ୍ଗକୁ ଟଙ୍କା କିମ୍ବା ଅନ୍ୟ କୌଣସି ସହାଯ୍ୟ ମାଗିଥାଏ । କିନ୍ତୁ ଆପଣ କେବେ ସ୍ୱପ୍ନରେ ଭାବି ନ ଥିବେ ଯେ ନିର୍ବାଚନ ଲଢ଼ିବା ଲାଗି ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଠାରୁ ତାର ପତ୍ନୀଙ୍କୁ ଉଧାରରେ ମାଗିପରେ । ଏହି ଘଟଣା ମୁରାଦାବାଦ୍‌ର କୁଡା ଥାନା ଅଞ୍ଚଳରେ ଘଟିଛି। ଜଣେ ବିବାହିତ ବ୍ୟକ୍ତିଙ୍କୁ ନେତା ବନିବାର ଏପରି ନିଶା ଚଢିଲା ଯେ ଯେତେବେଳେ ମୁରାଦାବାଦ ନଗର ପଞ୍ଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗର ଲୋକଙ୍କ ନିମନ୍ତେ ସଂରକ୍ଷିତ ଆସନରେ କରାଗଲା ତ ଉକ୍ତ ବ୍ୟକ୍ତି ନିର୍ବାଚନ ଲଢିବା ପାଇଁ ନିଜର ସାଙ୍ଗକୁ ତାର ପତ୍ନୀ ଉଧାରରେ ମଗିଲା । ଭାଗ୍ୟର ବିଡମ୍ବନା ଏପରି ଯେ ଉଧାାରରେ ଆଣିଥିବା ସାଙ୍ଗର ପତ୍ନୀ ନିର୍ବାଚନରେ ବିଜୟୀ ହୋଇ ଚେୟାରମ୍ୟାନ ହୋଇଗଲେ ।

ପୂର୍ବ ଚୁକ୍ତି ଅନୁସାରେ ଉକ୍ତ ବ୍ୟକ୍ତି ଜଣଙ୍କ ଅଗଷ୍ଟ ୨ରେ ସାଙ୍ଗର ପତ୍ନୀଙ୍କୁ ଫେରାଇବା ବଦଳରେ ତାଙ୍କୁ ସହ ବିବାହ କରି ବସିଲା । ମହିଳା ଜଣଙ୍କ ତାର ପତି ଓ ପିଲାଙ୍କୁ ଛାଡି ଉକ୍ତ ନେତାଙ୍କ ସହ ରହିବାକୁ ଲାଗିଲେ । ଏବେ ମହିଳାଙ୍କ ମୂଳ ପତି ନ୍ୟାୟାଳୟରେ ଯାଚିକା ଦାୟର କରି ନିଜ ପତ୍ନୀଙ୍କୁ ଫେରାଇ ଦେବା ପାଇଁ ଆବେଦନ କରିଛି । ନ୍ୟାୟାଳୟ କୁଡା ଥାନା ପୁଲିସକୁ ଏହି ଆବଦେନ ଉପରେ ରିପୋର୍ଟ ଦେବାକୁ କହିଛନ୍ତି ।

publive-image Focus on the Family

ବ୍ୟକ୍ତି ଜଣଙ୍କ ଆବେଦନ ପତ୍ରରେ ଜଣାଇଛନ୍ତି ଯେ, ମୁରାଦାବାଦରେ ଦୁଇ ବନ୍ଧୁ ଠିକାଦାର ଭାବେ କାମ କରୁଥିଲେ ଓ ଦୁହିଁଙ୍କ ଭିତରେ ସମ୍ପର୍କ ବହୁତ ଘନିଷ୍ଠ ଥିଲା। ପୂର୍ବ ଉତ୍ତରପ୍ରଦେଶରେ ନଗର ପଞ୍ଚାୟତ ନିର୍ବାଚନ ପାଇଁ ତାଙ୍କ ବନ୍ଧୁ ତାଙ୍କ ପତ୍ନୀଙ୍କୁ ପାର୍ଥୀ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଏହି ସ୍ଥାନ ପଛୁଆ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଥିଲା, ବନ୍ଧୁ ସାଧାରଣ ବର୍ଗର ହୋଇଥିବାରୁ ସେ ତାଙ୍କ ପତ୍ନୀଙ୍କୁ ନିର୍ବାଚନରେ ଛିଡା କରିପାରିଲେ ନାହିଁ । ଏଥି ପାଇଁ ସେ ମତେ ବନ୍ଧୁତାର ଦ୍ୱାହି ଦେଇ ମୋ ପତ୍ନୀଙ୍କୁ ‘ଉଧାର’ ମଗିଥିଲେ । କଥା ଥିଲା କି କେବଳ ନିର୍ବାଚନ ଲଢିବା ପାଇଁ ମୁଁ ମୋ ପତ୍ନୀଙ୍କୁ ତାଙ୍କ ସହ କୋର୍ଟ ମ୍ୟାରେଜ କରେଇବି। ନିର୍ବାଚନ ଜିତିବା ପରେ ମୋ ପତ୍ନୀ ପୂୂର୍ବପରି ମୋ ପାଖକୁ ଫେରି ଆସିବେ । କିନ୍ତୁ ଏପରି ହୋଇନଥିଲା। ନିର୍ବାଚନ ଜିତିବା ପରେ ସେ ମତେ କ୍ଷମତାର ଭୟ ଦେଖାଇ ଡରାଉଛି । ମୁଁ ପୁଲିସରେ ଅଭିଯୋଗ କରିଥିଲି କିନ୍ତୁ ପୁଲିସ ମୋ କଥା ଶୁଣୁ ନାହିଁ। ଆପଣଙ୍କୁ ନିବେଦନ କରୁଛି କି ମୋ ପତ୍ନୀଙ୍କୁ ମୋ ପାଖକୁ ଫେରାଇ ଆଣନ୍ତୁ । ଅଦାଲତ ଗୁହାରି ପତ୍ର ପାଇବା ପରେ ପୁଲିସକୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe