ପ୍ରଥମେ ବ୍ୟବସାୟୀ ପାର୍ଟନର ଓ ପରେ ପତ୍ନୀଙ୍କୁ ହତ୍ୟା! ପୁଲିସ୍‌ ଆଗରେ ଛାନିଆରେ ଓଗାଳି ପକାଇଲେ ସତ

ପ୍ରଥମେ ବ୍ୟବସାୟୀ ପାର୍ଟନର ଓ ପରେ ପତ୍ନୀଙ୍କୁ ହତ୍ୟା! ପୁଲିସ୍‌ ଆଗରେ ଛାନିଆରେ ଓଗାଳି ପକାଇଲେ ସତ

ଗୁୁରୁଗ୍ରାମ: ନିଜର ବ୍ୟବସାୟୀ ପାର୍ଟନର୍‌ଙ୍କଠାରୁ ଆଣିଥିବା ୪୦ ଲକ୍ଷ ଟଙ୍କାର ଋଣ ଶୁଝି ନପାରିବାରୁ ଗୁରୁଗ୍ରାମର ଜଣେ ବ୍ୟକ୍ତି ପ୍ରଥମେ ବ୍ୟବସାୟୀ ପାର୍ଟନରଙ୍କୁ ଓ ପରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ପ୍ରଥମେ ତାଙ୍କ ପାର୍ଟନର୍‌ଙ୍କ ହତ୍ୟା କରିବା ପରେ ପତ୍ନୀଙ୍କୁ ତାଙ୍କ ସହ ସାଥୀ ହୋଇ ଆତ୍ମହତ୍ୟା କରିବାକୁ କହିଥିଲେ। ପତ୍ନୀ ରାଜି ନହେବାରୁ ସେ ତାଙ୍କର ବି ହତ୍ୟା କରିଥିଲେ।

ଅଭିଯୁକ୍ତ ହର୍‌ନେକ୍‌ ସିଂହ ଜସ୍‌କରନ ସିଂହଙ୍କଠାରୁ ଋଣ ନେଇଥିଲେ। ଜସ୍‌କରନ ବାରମ୍ବାର ତାଙ୍କ ଟଙ୍କା ମାଗୁଥିଲେ ଓ ହର୍‌ନେକ୍‌ ଦେବାକୁ ମନା କରୁଥିଲେ। ଅକ୍ଟୋବର ୧୪ ତାରିଖରେ ଜସ୍‌କରନ ବାଧ୍ୟ ହୋଇ ହର୍‌ନେକଙ୍କ ଘରକୁ ଯାଇଥିଲେ। ହର୍‌ନେକ ତାଙ୍କ ପତ୍ନୀ ଓ ଆଉ ଜଣେ ବନ୍ଧୁଙ୍କ ସହାୟତାରେ ଜସ୍‌କରନଙ୍କୁ ବାନ୍ଧି ପକାଇ ତାଙ୍କ ହତ୍ୟା କରିଥିଲେ।

ପୁଲିସ୍‌ ସୁତ୍ରରୁ ଜାଣିବାକୁ ମିଳିଛି ଯେ ହତ୍ୟା କରିବା ପରେ ହର୍‌ନେକ୍‌ ଜସ୍‌କରନ୍‌ଙ୍କ ଶରୀରକୁ ୨୪ ରୁ ୨୫ ଖଣ୍ଡ କରି କାଟି ଦେଇଥିଲେ। କଟା ଶରୀରକୁ ଦୁଇଟି ବ୍ୟାଗ୍‌ରେ ପୂରାଇ  ଲୁଧିଆନା ଯିବା ରାସ୍ତାରେ  ନିଛାଟିଆ ସ୍ଥାନ ଦେଖି ଫୋପାଡ଼ି ଦେଇଥିଲେ।

ଘରକୁ ଫେରିବା ପେରେ ହର୍‌ନେକ୍‌ଙ୍କୁ ଲାଗିଲା ଯେ ସେ ପୁଲିସ୍‌ ହାତରେ ନିଶ୍ଚୟ ଧରାପଡ଼ିବେ। ସେଥିପାଇଁ ସେ ତାଙ୍କ ପତ୍ନୀଙ୍କୁ ତାଙ୍କ ସହ ମିଶି ଆତ୍ମହତ୍ୟା କରିବା ପାଇଁ ଉସୁକାଇଲେ। ପତ୍ନୀ ମନା କରିବାରୁ ସେ ତାଙ୍କୁ ବି ହତ୍ୟା କରିଥିବା ସୂଚନା ରହିଛି।

ମାତ୍ର ହର୍‌ନେକ୍‌ ପୁଲିସ୍‌ଙ୍କୁ ମିଥ୍ୟା କହିଥିଲେ ଯେ ଚୋର ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କ ହତ୍ୟା କରିଛନ୍ତି। ଚୋର କାହିଁକି ତାଙ୍କର କିଛି ନ କରି ପତ୍ନୀଙ୍କ ହତ୍ୟା କଲା ବୋଲି ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ନଦେଇ ପାରିବାରୁ ପୁଲିସ୍‌ ତାଙ୍କୁ ହତ୍ୟାକାରୀ ବୋଲି ସନ୍ଦେହ କରିଥିଲା ପରବର୍ତ୍ତୀ ମୁହୂର୍ତ୍ତରେ ପଚରାଉଚରା ସମୟରେ ସେ କରିଥିବା ଦୁଇଟି ହତ୍ୟା ସ୍ୱୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe