ନୂଆଦିଲ୍ଲୀ: ଆମେରିକାର ବୋଷ୍ଟନ ଲୋହନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା ଏକ ବିମାନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଝଗଡ଼ା କରି ଜରୁରୀକାଳିନ ଦ୍ବାର ଖୋଲି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। 

Advertisment

ଏହି ଘଟଣା ଜେଟବ୍ଲୁର ଫ୍ଲାଇଟ ୧୬୧ରେ ଘଟିଥିଲା। ଏହି ବିମାନଟି ଆମେରିକାରୁ ପୁଏର୍ଟୋରିକର ସେନ ଜୁଆନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକ ଜଣକ ପୁଏର୍ଟୋରିକର ବାସିନ୍ଦା ଏବଂ ତାଙ୍କ ନାମ ଏଞ୍ଜଲ ଲୁଇସ୍ ଟୋରେସ୍ ମୋରାଲେସ୍ ବୋଲି ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି
 

ଅଧିକାରୀଙ୍କ ଅନୁଯାୟୀ, ଲୁଇସ୍ ବିମାନର ଜରୁରୀକାଳୀନ ଗେଟ୍ ଖୋଲି ବାହାରକୁ ଡେଇଁବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବିମାନରେ ଥିବା ତାଙ୍କ ସହ ଯାତ୍ରୀମାନେ ଦୌଡ଼ି ଯାଇ ଲୁଇସଙ୍କୁ ଧରି ପକାଇ କ୍ରୁ ସଦସ୍ୟଙ୍କୁ ଖବର ଦେଇଥିଲେ। ସମୟ ଥାଉଥାଉ ଦୁର୍ଘଟଣାକୁ ଅଟକାଇ ଦିଆଯାଇଥିଲା।

ଅଧିକପଢ଼ନ୍ତୁ:ମଣିଷ ଭଳି ଛାତ ଉପରେ ବସି ଗୁଡ଼ି ଉଡ଼ାଉଛି ମାଙ୍କଡ଼

ଜେଟବ୍ଲୁ ଏୟାରଲାଇନ୍ସ ଅନୁଯାୟୀ, ଲୁଇସଙ୍କ ଏହି କାର୍ଯ୍ୟ ଯୋଗୁଁ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନକୁ ଜରୁରୀ ଅବତରଣ କରାଯାଇ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନକୁ ସ୍ଥାନାନ୍ତରିତ କରାଯାଇଥିଲା।

ଅଭିଯୁକ୍ତ ଯୁବକ ଜଣକ ଯାତ୍ରା କରୁଥିବା ବିମାନର ଯାତ୍ରୀ ଘଟଣା ସମ୍ପର୍କରେ କହିଛନ୍ତି, ‘ ଲୁଇସ୍ ତାଙ୍କ ପ୍ରେମିକାଙ୍କ ସହ ବହୁତ ସମୟ ଧରି ଫୋନ ପାଇଁ ଝଗଡ଼ା କରିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ସନ୍ଦେହ କରି ଫୋନ୍ ଦେଖିବାକୁ ଜିଦ୍ କରୁଥିଲେ। କିନ୍ତୁ ପ୍ରେମିକା ତାଙ୍କୁ ଫୋନ୍ ଦେଖାଇବାକୁ ମନା କରିଦେଲେ। ତେଣୁ କ୍ରୋଧରେ ଲୁଇସ୍ ବିମାନର ଜରୁରୀକାଳୀନ ଗେଟ୍ ଖୋଲି ଡେଇଁବାକୁ ଚେଷ୍ଟା କରିଥିଲେ। ଲୁଇସଙ୍କ ଏହି କାର୍ଯ୍ୟ ଦେଖି, ଫ୍ଲାଇଟ‌ରେ ବସିଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ଚିତ୍କାର କରିବା ଆରମ୍ଭ କରିଥଲେ। ’

ଏହି ଘଟଣାରେ ଅଭିଯୋଗ ପରେ ପୁଲିସ ଲୁଇସଙ୍କୁ ହେପାଜତକୁ ନେଇଛି। କୋର୍ଟ ଲୁଇସଙ୍କୁ ମାର୍ଚ୍ଚ ୪ରେ ପୁଣି ଥରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।