ଜଣେ ପ୍ରେମିକାଠାରୁ ମୁଦି ଚୋରି କରି ଅନ୍ୟ ଜଣେ ପ୍ରେମିକାଙ୍କୁ ପିନ୍ଧାଇଥିଲେ ପ୍ରେମିକ, ତା’ପରେ...

Advertisment
ଜଣେ ପ୍ରେମିକାଠାରୁ ମୁଦି ଚୋରି କରି ଅନ୍ୟ ଜଣେ ପ୍ରେମିକାଙ୍କୁ ପିନ୍ଧାଇଥିଲେ ପ୍ରେମିକ, ତା’ପରେ...

About Gyan

ଫ୍ଲୋରିଡା: ଫ୍ଲୋରିଡାରେ ଏକ ମଜାଦାର୍‌ ଘଟଣା ଦେଖିବାକୁ ମିିଳିଛି। ଜଣେ ଯୁବକ ତାଙ୍କ ନୂଆ ପ୍ରେମିକାଙ୍କୁ ଅନ୍ୟ ଜଣେ ପ୍ରେମିକାଙ୍କ ମୁଦି ଚୋରି କରି ଆଣିଥିବା ଦେଇଥିବା ଦେଖିବାକୁ ମିଳିଛି।

ଯୁବକଙ୍କ ପ୍ରଥମ ପ୍ରେମିକା ଜଣକ ଚଳିତବର୍ଷ ଆରମ୍ଭରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ପ୍ରେମିକ ଆଉ କେଉଁ ଝିଅ ସହ ସଂପର୍କରେ ଅଛନ୍ତି । ସବୁଠାରୁ ମଜାଦାର କଥା ହେଉଛି, ଦିନେ ମହିଳା ତାଙ୍କ ଫିଆନ୍ସିଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ‌ରେ‌ ତାଙ୍କ ନୂଆ ଫିଆନ୍ସିଙ୍କ ବିବାହ ବ୍ୟାଣ୍ଡ୍‌ ଓ ନିର୍ବନ୍ଧ ମୁଦି ଦେଖିବାକୁ ପାଇଲେ। ସେ ମୁଦିଟି ଦେଖି ପୁରୁଣା ପ୍ରେମିକା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ମୁଦିଟି ତାଙ୍କର ବୋଲି ଚିନ୍ତା କରି ପ୍ରଥମ ଫିଆନ୍ସି ଜଣକ ଯାଇ ନିଜ ଗହଣା ବାକ୍ସ ଦେଖିଥିଲେ। ଗହଣା ବାକ୍ସ ଦେଖିବା ପରେ ତାଙ୍କ ମୁଦିଟି ଚୋରି ହୋଇଛି ବୋଲି ସେ ନିଶ୍ଚିତ ହୋଇଗଲେ।

କେବଳ ସେଇ ଗୋଟାଏ ମୁଦି ନୁହେଁ, ଠକ ପ୍ରେମିକ ଜଣକ ତାଙ୍କ ହୀରା ମୁଦି ସହିତ, ତାଙ୍କ ମାଆଙ୍କର କିଛି ଗହଣା ବି ଚୋରେଇ ନେଇଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତଙ୍କ ନାମ ଜୋଶେଫ୍‌ ଡାଭିସ୍‌। ସେ ପ୍ରାୟ ୬,୨୭୦ ଡଲାରର ସଂପତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ଯୁବକଙ୍କର ଭାବମୂର୍ତ୍ତି ପଦାରେ ପଡ଼ିବାରୁ ତାଙ୍କ ନୂଆ ପ୍ରେମିକା ତାଙ୍କୁ ପରିତ୍ୟାଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe