ଝିଅର ତା ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ କରି ବ୍ଲାକମେଲ୍‌ କରି ଚାଲିଥିଲା ବାପ! ନାବାଳିକା ଝିଅ ସହ ରଖୁଥିଲା ଶାରୀରିକ ସଂପର୍କ

ଝିଅର ତା ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ କରି ବ୍ଲାକମେଲ୍‌ କରି ଚାଲିଥିଲା ବାପ! ନାବାଳିକା ଝିଅ ସହ ରଖୁଥିଲା ଶାରୀରିକ ସଂପର୍କ

Newsweek

ମୁମ୍ବାଇ: ରକ୍ଷକ ରୂପରେ ଭକ୍ଷକ! ମୁମ୍ବାଇର ଜଣେ ବ୍ୟକ୍ତି ନିଜର ୧୭ ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ କରି ତାକୁ ବ୍ଲାକ୍‌ମେଲ୍‌ କରିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଝିଅଟିର ତାଙ୍କ ପ୍ରେମିକ ସହ ଥିବା ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ବ୍ୟକ୍ତି ଜଣକ ବ୍ଲାକ୍‌ମେଲ୍‌ କରି ଏପରି ଲଜ୍ଜାକର କାର୍ଯ୍ୟ କରି ଆସୁଥିବା ସୂଚନା ରହିଛି।

ରିପ‌ୋର୍ଟରୁ ଜାଣିବାକୁ ମିଳିଛି ଯେ ନିଜ ଝିଅ ସହ ଏପରି କୁକାର୍ଯ୍ୟ କରିଥିବା ବ୍ୟକ୍ତି ଜଣକୁ ସିଟି ପୁଲିସ୍‌ ଗିରଫ କରିଛି। କେବଳ ପୀଡ଼ିତା ନାବାଳିକାଙ୍କ ବାପା ନୁହେଁ ବରଂ ତାଙ୍କ ପ୍ରେମିକଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିବା ସୂଚନା ରହିଛି।

ପୋକ୍ସ ଆଇନ୍‌ ଅଧୀନରେ ପୀଡ଼ିତାର ବାପାଙ୍କ ଅଗ୍ରୀମ ଜାମିନ୍‌ ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ମାତ୍ର ପୀଡ଼ିତାର ପ୍ରେମିକଙ୍କ ଜାମିନ୍‌ ଆବେଦନକକୁ ଅଦାଲତ ମଞ୍ଜୁରୀ ଦେଇଥିବା ସୂଚନା ରହିଛି।

publive-image Photo Credits: Newsplate

ନଭେମ୍ବର ୧୯ ତାରିଖରେ ପୀଡ଼ିତାଙ୍କ ମାଆ ପୀଡ଼ିତାଙ୍କ ମୋବାଇଲ୍‌ରେ ତାଙ୍କର ଏକ ନଗ୍ନ ଭିଡିଓ ଦେଖିବାକୁ ପାଇଲେ। ସେହି ନଗ୍ନ ଭିଡିଓରେ ମହିଳା ଜଣକ ନିଜ ସ୍ବାମୀଙ୍କ କଣ୍ଠସ୍ବର ଶୁୁଣି ପ୍ରଥମେ ଚମକି ପଡ଼ିଥିଲେ। ତା’ପରେ ପୀଡ଼ିତା ମୁହଁରୁ ସବୁକଥା ଶୁଣିବାକୁ ପାଇଲେ ଓ ପୀଡ଼ିତାଙ୍କ ବାପାଙ୍କ ନାମରେ ପୁଲିସ୍‌ରେ ଅଭିଯୋଗ ଲେଖାଇଲେ।

ପୁଲିସ୍‌ରେ ବୟାନ ଦେଇ ପୀଡ଼ିତା ନାବାଳିକା ଜଣକ କହିଛନ୍ତି ଯେ ତାଙ୍କର ତାଙ୍କ କଲେଜ୍‌ରେ ପଢୁଥିବା ଜଣେ ପିଲା ସହ ସଂପର୍କ ରହିଛି। ୨୦୧୯ ମସିହା ଜୁଲାଇ ମାସରେ ଯୁବକ ଜଣକ ତାଙ୍କ ଘରକୁ ଆସିଥିଲେ। ଯୁବକଙ୍କ ସହ ନାବାଳିକା ଜଣକ ଅନ୍ତରଙ୍ଗ ହେବା ସମୟରେ ନାବାଳିକାଙ୍କ ବାପା ତାହାକୁ ଭିଡିଓ କରି ପାକାଇଥିଲେ। ସେହି ଭିଡିଓକୁ ହାତ କରି ବ୍ୟକ୍ତି ଜଣକ ନିଜ ଝିଅକୁ ବ୍ଲାକ୍‌ମେଲ୍‌ କରିବା ସହ ଶାରୀରିକକ ସଂପର୍କ ସ୍ଥାପନ କରି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe