ବାପ ନା ଜହ୍ଲାଦ! ନିଜ ନାବାଳିକା ଝିଅକୁ ନିଦ ବଟିକା ଖୁଆଇ କଲା ଦୁଷ୍କର୍ମ

Advertisment
ବାପ ନା ଜହ୍ଲାଦ! ନିଜ ନାବାଳିକା ଝିଅକୁ ନିଦ ବଟିକା ଖୁଆଇ କଲା ଦୁଷ୍କର୍ମ

News Nation

ବେଙ୍ଗାଲୁରୁ: ଗୋଟିଏ ଜହ୍ଲାଦ ବାପର ନାରକୀୟ କାରନାମା ଏବେ ବେଙ୍ଗାଲୁରୁରେ ଚର୍ଚ୍ଚାର ବିଷୟ ପାଲଟିଛ। ନିଜ ଜନ୍ମ କଲା ନାବାଳିକା ଝିଅକୁ ଥଣ୍ଡା ଓ କାଶ ଔଷଧ ନାମରେ ନିଦ ବଟିକା ଦେଇ ତାକୁ ଦୁଷ୍କର୍ମ କରିଥିବା ଏହି ଜହ୍ଲାଦ ବାପକୁ ବେଙ୍ଗାଲୁରୁ ପୁଲିସ୍‌ ଗିରଫ କଲାପରେ ଏହି ଲଜ୍ଜାଜନକ ନାରକୀୟ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ବେଙ୍ଗାଲୁରୁର ହରଲୁର ଅଞ୍ଚଳରେ ଜନୈକ ୪୦ ବର୍ଷୀୟ ବୟସ୍କ ବ୍ୟକ୍ତି ତାଙ୍କ ନାବାଳିକା ଝିଅକୁ କାଶ ଏବଂ ଥଣ୍ଡା ରୋଗର ଚିକିତ୍ସା ପାଇଁ ଔଷଧ ଦେବା ଅଳରେ ନିଦ ବଟିକା ଦେବା ପରେ ତା’ ସହ ଦୁଷ୍କର୍ମ କରିଥିଲା। ତେବେ, ସକାଳୁ ଉଠିବା ପରେ ନାବାଳିକା ଝିଅଟି ଯେତେବେଳେ ଜାଣିଲା ଯେ ସେ ତା’ର ବାପ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି, ସେତେବେଳେ ସେ ଘଟଣା ସଂପର୍କରେ ତା’ ସାବତ ମା’କୁ କହିଥିଲା। ହେଲେ, ତା’ ସାବତ ମା’ ପୂରା ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ କରିଥିଲା।

publive-image Times of India

ଏହି ଘଟଣାରେ ନିଜର ମାନସିକ ଭାରସାମ୍ୟ ହରାଇଥିବା ନାବାଳିକାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କର ଶୌଚାଳୟ ସଫା ଉଦ୍ଦେଶ୍ୟରେ ଥିବା କିଛି ରାସାୟନିକ ପଦାର୍ଥକୁ ପିଇ ଦେବା ସହ ନିଜେ ତାଙ୍କ ଘର ନିକଟସ୍ଥ ଏକ ପୁଲିସ ଥାନାକୁ ଯାଇ ସେଠାରେ ତା’ ସହ ଘଟିଥିବା ଅପରାଧ ବିଷୟରେ ପୁଲିସକୁ କହିଥିଲା। ପରେ, ପୁଲିସ ତୁରନ୍ତ ଚିକିତ୍ସା ପାଇଁ ନାବାଳିକା ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା।

ପ୍ରାଥମିକ ତଦନ୍ତ କାଳରେ ନାବାଳିକାଟିର ଅଭିଯୋଗରେ ସତ୍ୟାସତ୍ୟ ରହିଥିବା ନେଇ ପ୍ରମାଣ ପାଇବା ପରେ ପୁଲିସ୍‌ ନାବାଳିକାର ବାପା ତଥା ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଥିବାବେଳେ ସାବତ ମା’ଙ୍କ ଭୂମିକା ସଂପର୍କରେ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe