ପୁନର୍ମିଳନ ପାଇଁ ନିଷ୍ପତ୍ତି ନେବା ପରେ ଅଦାଲତରେ ସ୍ତ୍ରୀଙ୍କ ତଣ୍ଟି କାଟିଲେ ସ୍ବାମୀ

Advertisment
ପୁନର୍ମିଳନ ପାଇଁ ନିଷ୍ପତ୍ତି ନେବା ପରେ ଅଦାଲତରେ ସ୍ତ୍ରୀଙ୍କ ତଣ୍ଟି କାଟିଲେ ସ୍ବାମୀ

Image Courtesy of NDTV

ବେଙ୍ଗାଲୁରୁ: ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ‘କାଉନ୍‌ସେଲିଙ୍ଗ୍‌ ସେସନ୍‌’ରେ ଯୋଗ ଦେବାକୁ ଯାଇଥିବା ଜଣେ ବ୍ୟକ୍ତି କର୍ଣ୍ଣାଟକର ଏକ ପରିବାର ଅଦାଲତରେ ଗୋଟାଏ ଚାପଡ଼ଦ୍ବାରା ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ପକାଇଥିବା କଥା ପୁଲିସ କହିଛି।

ସ୍ତ୍ରୀଙ୍କ ତଣ୍ଟି କାଟି ଖସି ପଳାଇବାକୁ ଉଦ୍ୟମ କରୁଥିବା ଉକ୍ତ ବ୍ୟକ୍ତିଙ୍କୁ ଉପସ୍ଥିତ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଆହତ ସ୍ତ୍ରୀଙ୍କୁ  ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଏହାର ଅଳ୍ପ ସମୟ ପୂର୍ବରୁ, ବାଦବିବାଦ ଭୁଲି ୭ ବର୍ଷର ବିବାହକୁ ରକ୍ଷା କରିବା ନିମନ୍ତେ ପୁଣି ଥରେ ଏକତ୍ର ହେବାକୁ ଦୁହେଁ କାଉନ୍‌ସେଲିଙ୍ଗ୍‌ ସେସନ୍‌ରେ ରାଜି ହୋଇଥିଲେ।

publive-image Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, ହସନ୍‌ ଜିଲ୍ଲାର ହୋଲେନାରାସିପୁରା ପରିବାର ଅଦାଲତରେ ଦୀର୍ଘ ଏକ ଘଣ୍ଟାର କାଉନ୍‌ସେଲିଙ୍ଗ୍‌ ପରେ ସ୍ତ୍ରୀ ଚୈତ୍ରା ବାହାରକୁ ଆସି ୱାସ୍‌ରୁମ୍‌କୁ ଯାଇଥିଲେ। ସ୍ବାମୀ ଶିବକୁମାର ତାଙ୍କ ପଛେ ପଛେ ସେଠାକୁ ଯାଇ ଗୋଟାଏ ଚାପଡ଼ଦ୍ବାରା ତାଙ୍କ ତଣ୍ଟି କାଟି ପକାଇଥିଲେ। ଭୀଷଣ ରକ୍ତସ୍ରାବ ହେଉଥିବା ଚୈତ୍ରାଙ୍କୁ ୱାସ୍‌ରୁମ୍‌ରେ ଛାଡ଼ି ପଳାଇଯାଉଥିବା ବେଳେ ଉପସ୍ଥିତ ଲୋକେ ଶିବକୁମାରଙ୍କୁ ଧରି ପକାଇଥିଲେ।

ଚୈତ୍ରାଙ୍କୁ ଡାକ୍ତରଖାନା ନିଆଯାଇ କୃତ୍ରିମ ଶ୍ବାସପ୍ରଶ୍ବାସ ବ୍ୟବସ୍ଥାରେ ରଖାଯାଇଥିଲା। କିନ୍ତୁ, ଗଭୀର କ୍ଷତରୁ ମାତ୍ରାଧିକ ରକ୍ତସ୍ରାବ ହୋଇଯାଇ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା।

ଶିବକୁମାରଙ୍କ ନାଁରେ ନରହତ୍ୟା ମାମଲା ରୁଜୁ କରାଯାଇଛି। ଅଦାଲତ ଭିତରକୁ ସେ କିଭଳି ଲୁଚାଇ କରି ଅସ୍ତ୍ର ନେଇ ଗଲା ସେ ବିଷୟରେ ପୁଲିସ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe