ଚେନ୍ନାଇ: ତାମିଲ୍ନାଡୁର ଜଣେ ବ୍ୟକ୍ତି ଗୋମାଂସ ମିଶାଇ ସୁପ୍ ତିଆରି କରୁଥିବା ସନ୍ଦେହ ହେବା ପରେ ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକୁ ମାଡ଼ ମାରିବା ସହ ଛୁରୀ ଭୁସି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରିଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ ଗୋମାଂସରେ ସୁପ୍ ବନାଉଥିବା ବେଳର ଏକ ଫଟୋ ପୋଷ୍ଟ କରିବା ପରେ ଭିଡ଼ ହିଂସାର ଶିକାର ହୋଇଥିବା ଜାଣିବାକୁ ମିଳିଛି।
ସୋସିଆଲ୍ ମିଡିଆରେ ପୋଷ୍ଟ୍ଟି ଦେଖିବା ପରେ କେତେକ ହିନ୍ଦୁ ଧର୍ମୀ ଗୋମାଂସରେ ସୁପ୍ ବନାଉଥିବା ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ।
ନାଗାପତିନମ ଜିଲ୍ଳାର ବୋରାଭଚେରି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଫୈଜନ୍। ଜୁଲାଇ ୯ ତାରିଖରେ ସେ ଏହି ସୁପ୍ ବନାଇବା ବେଳର ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ।
ଫୈଜନଙ୍କ ଆକ୍ରମଣକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫୈଜନଙ୍କ ପରିବାର ଲୋକ ଦାବି କରିଛନ୍ତି।
Follow Us