ବିଜେପି ନେତା ହତ୍ୟା ପରେ ମାଙ୍ଗାଲୁରୁ ଲୁଗା ଦୋକାନ ଆଗରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲେ ମୁହଁ ଢାଙ୍କିଥିବା ଦୁର୍ବୃତ୍ତ

Advertisment
ବିଜେପି ନେତା ହତ୍ୟା ପରେ ମାଙ୍ଗାଲୁରୁ ଲୁଗା ଦୋକାନ ଆଗରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲେ ମୁହଁ ଢାଙ୍କିଥିବା ଦୁର୍ବୃତ୍ତ

Image Courtesy of India Today

ବେଙ୍ଗାଲୁରୁ: ଗୁରୁବାର ସନ୍ଧ୍ୟାବେଳେ କର୍ଣ୍ଣାଟକର ମାଙ୍ଗାଲୁରୁ ନଗରୀର ଉତ୍ତର ପ୍ରାନ୍ତରେ ଥିବା ସୁରତ୍‌କଲ୍‌ ଅଞ୍ଚଳର ଗୋଟାଏ ଲୁଗା ଦୋକାନ ବାହାରେ ଅଜ୍ଞାତ ଆକ୍ରମଣକାରୀମାନେ ଛୁରି ମାରିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ରାସ୍ତାରେ ଲାଗିଥିବା ‘ସିସିଟିଭି’ କ୍ୟାମେରାରେ ମୁହଁ ଢାଙ୍କିଥିବା ୪ଜଣ ଆକ୍ରମଣକାରୀଙ୍କ ଫଟୋ ରହିଛି ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆହତ ୨୫ ବର୍ଷିୟ ଫଜିଲ୍‌ଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ସୂଚନା ଦେଇଛି।

ଆକ୍ରମଣ କରାଯିବାର ସ୍ବଳ୍ପ ସମୟ ପରେ ସୁରତକ ଏବଂ ସଂଲଗ୍ନ ଅଞ୍ଚଳରେ ବଡ଼ଧରଣର ଜନସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। କାରଣ ମଙ୍ଗଳବାର ସନ୍ଧ୍ୟାରେ ବେଲ୍ଲାରେ ଅଞ୍ଚଳର ବିଜେପି ନେତା ପ୍ରବୀଣ ନେତ୍ତାରୁଙ୍କୁ ହତ୍ୟା କରାଯିବା ପରେ ଦକ୍ଷିଣ କନ୍ନଡ଼ ଜିଲ୍ଲାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

publive-image Image Courtesy of NDTV

ମାଙ୍ଗାଲୁରୁର ପୁଲିସ ମୁଖ୍ୟ ଶଶୀ କୁମାର କହିଛନ୍ତି, ଏହା ଅତ୍ୟନ୍ତ ସ୍ପର୍ଶକାତର ଅଞ୍ଚଳ। ତେଣୁ, ସୁରତ୍‌କଲ୍‌ ଏବଂ ସଂଲଗ୍ନ ୩ଟି ଥାନା ଅଞ୍ଚଳର ମୁଲ୍‌କି, ପନମ୍ବୁର୍‌, ବାଜପେରେ ୧୪୪ ଧାରା ଜାରି କରାଯାଇଛି।

ପୁଲିସ କହିବା ଅନୁସାରେ, ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ‌ଫଜିଲ୍‌ କଥାବାର୍ତ୍ତା କରୁଥିବା ବେଳେ ଆକ୍ରମଣକାରୀମାନେ ଗୋଟାଏ କାର୍‌ରୁ ଓହ୍ଲାଇ ତାଙ୍କ ଆଡ଼କୁ ଧାଇଁ ଆସିଥିଲେ।

‘ସିସିଟିଭି’ରୁ ଉଦ୍ଧାର କରାଯାଇଥିବା ଫୁଟେଜ୍‌ରେ ଦେଖାଯାଉଛି, ଗୋଟାଏ ଲୁଗା ଦୋକାନ ଆଗରେ କଳାକନାରେ ମୁହଁ ଢାଙ୍କିଥିବା ଆକ୍ରମଣକାରୀମାନେ ଫଜିଲ୍‌ଙ୍କୁ ବାଡ଼ିରେ ପିଟିବା ସହ ଛୁରି ଭୁସୁଛନ୍ତି। ତଳେ ପଡ଼ିଯାଉଥିବା ଫଜିଲ୍‌ଙ୍କ ଉପରେ ଲୁଗାଦୋକାନର ଗୋଟାଏ ପିତୁଳା (ମୂର୍ତ୍ତି) ମଧ୍ୟ ପଡ଼ିଯାଉଛି। ତଥାପି ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଫଜିଲ୍‌ଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି।

ଫଜିଲ୍‌ଙ୍କୁ ଆକ୍ରମଣ କରାଯିବାର କାରଣ ଜଣାପଡ଼ିନାହିଁ। ଆକ୍ରମଣକାରୀଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe